ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ…..

ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମରେ ହାଟପଦା ବାସୀଙ୍କ ପକ୍ଷରୁ ଜଗତ ଜନନୀ ସିଂଘବାହିନୀ ମାଁ ଦୁର୍ଗାଙ୍କ ଦଶହରା ପୂଜା ପାଇଁ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି l ରାମଗିରି ଗ୍ରାମ ରାଜ ପୁରୋହିତ ରଞ୍ଜିତ କୁମାର ଦାସ ଓ ଚନ୍ଦନ କୁମାର ରଥଙ୍କ ପୌରହିତ୍ୟରେ ଏବଂ କର୍ତ୍ତା ଭାବେ ମୋନଜ ବିଶ୍ୱାଳ ପୂଜାରେ ବସି ମାଁଙ୍କ ଦଶହରା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ହାଟପଦାର ସମସ୍ତ ପୂଜା କମିଟି ସଦସ୍ୟ ତଥା ରାଜେନ୍ଦ୍ର କୁମାର ମାଝୀ, ଏ.ଦିଲିପ କୁମାର ସ୍ବାମୀ, ରିଙ୍କୁ ପାତ୍ର, ଚନ୍ଦ୍ର ଶେଖର ବିଶୋୟୀ, ଏ.ପ୍ରଦିପ କୁମାର ସ୍ବାମୀ, ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି, ରଘୁନାଥ ବଡମୁଣ୍ଡି, କିଶୋର ଚନ୍ଦ୍ର ପ୍ରଧାନ, ସୁରଞ୍ଜନ ମଣ୍ଡଲ, ଭବାନୀ ଶଙ୍କର ପ୍ରଧାନୀଙ୍କ ସହ ଅନେକ ବୁଦ୍ଧିଜୀବୀ ଉପସ୍ଥିତଥିଲେ ।