କୋକସରା(ତ୍ରିଲୋକ୍ୟ ବେଶ୍ରା):ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି । ତା ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କୋକସରା ବ୍ଲକ ଟେମରା ଗ୍ରାମରେ ଚଳିତ ବର୍ଷ ଦଶବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ବୁଧବାର ଅପରାହ୍ନରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅଧିବାସ ଓ ୧୦୮ କଲସ ଯାତ୍ରା ସହ ଦୁର୍ଗା ପୂଜା ଆରମ୍ଭ ହୋଇଛି । ଦୁର୍ଗା ପୂଜା କମିଟି ପକ୍ଷରୁ ମୁଖ୍ୟ ପୂଜା କର୍ତ୍ତା ଅଶୋକ କୁମାର ଦାସ ସୁଭାସିନି ଦାସ ସପତ୍ନୀକଙ୍କୁ ତାଙ୍କ ବାସଗୃହରୁ କମିଟି ପକ୍ଷରୁ ବରଣ କରିବା ସହ ଘଣ୍ଟ,ସଂକୀର୍ତ୍ତନ ଦଳର ସମାହାରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପୂଜା ମଣ୍ଡପକୁ ଆସିବା ପରେ ସେଠାରୁ ଗ୍ରାମର ଶତାଧିକ ମହିଳା, ଯୁବତୀ ମାନେ ୧୦୮ କଳସ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ପୋଖରୀରୁ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ପରେ ପବିତ୍ର ଜଳ କଳସରେ ନେଇ ପୂଜା ମଣ୍ଡପରେ ନେଇ ସ୍ଥାପନ କରିଥିଲେ । ଦଶାବତାର ପୂଜା ପାଇଁ ମୁଖ୍ୟ କର୍ତ୍ତା ବ୍ୟତୀତ ଅନ୍ୟ ୧୩ ଜଣ ସପତ୍ନୀକ କର୍ତ୍ତା ରହିଛନ୍ତି । କମିଟିର ସଭାପତି କ୍ଷିତିରାମ ପାତ୍ର, ଉପ ସଭାପତି ସୁଧୀର ପାତ୍ର, ସମ୍ପାଦକ ଅଶୋକ କୁମାର ଦାସ, ସହ ସମ୍ପାଦକ ରୋହିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶଙ୍କର ସତନାମୀ, ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ଦେବରାଜ ମାଝୀ, ସୁବାଷ ପାତ୍ର, ଟୋପେଶ୍ୱର ମାଝୀ, ରାଜେନ୍ଦ୍ର ନାଏକ, କ୍ଷୀରସିନ୍ଧୁ ହଂସ, ବିଶ୍ୱ ରଞ୍ଜନ ସାହୁ ଓ ଟେମରା ଅଞ୍ଚଳର ଗ୍ରାମବାସୀମାନେ ଉପସ୍ଥିତ ରହି ମହା ଆଡମ୍ବରରେ ଦୁର୍ଗା ପୂଜା ପାଇଁ ଭାଇଚାରାର ନିଦର୍ଶନ କରିଛନ୍ତି । ଆସନ୍ତା ୧୦ ଦିନ ଧରି ଦୁର୍ଗା ପୂଜା ଅବସରରେ ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ରଖାଯାଇଛି ।