ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ବନ କର୍ମଚାରୀ ଟିକେଶ୍ୱର ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଭାବନୀୟ ଘଟଣା ଘଟିଛି I ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଁ ମାୟାବତୀ ବେହେରାଙ୍କୁ ଗତ ରାତିରେ ନୁଆସାହିର ବିଜୟ ଆମୟତଙ୍କ ପରିବାର ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥବା ଅଭିଯୋଗ ହୋଇଛି I ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ଫରେଷ୍ଟର ବାଇକ ଯୋଗେ ଘରୁ ଅଫିସକୁ ଯାଉଥିବା ବେଳେ ବାଇକକୁ ଅଟକାଇ ଆକ୍ରମଣକାରୀ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ I
ଏନେଇ ଫରେଷ୍ଟର ଥାନାରେ ଏତେଲା ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁହୋଇନାହିଁ l ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏହିଭଳି ଅମାନବିୟ ଘଟଣା ଘଟି ଥିବାରୁ ବାଳିଗୁଡ଼ା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବର୍ତ୍ତମାନ ଫରେଷ୍ଟରଙ୍କ ପରିବାର ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି l ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ସରକାରୀ ଜମି ଉପରେ ଥିବା ଗଛକୁ କାଟି ସଫା କରୁଥିବା ବେଳେ ଫରେଷ୍ଟର ବାରଣ କରିଥିଲେ ଏବଂ ଯାତାୟତ ରାସ୍ତାକୁ ଜେସିବି ଲଗାଇ ଖୋଲିଥିବାରୁ ଫରେଷ୍ଟର ବେହେରା ଏହାକୁ ବିରୋଧ କରିଥିଲେ l ଫରେଷ୍ଟର ଆକ୍ରମଣ ଘଟଣା ପଛରେ ଅନେକ ଜମି ମାଫିଆ ଥିବା ଅନୁମାନ କରାଯାଉଛି I ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ଗୁମର କଥା ପଦାକୁ ଆସିବ l ଥାନାରେ ନ୍ୟାୟ ନ ପାଇ ଫରେଷ୍ଟର ପରିବାର ଭୟ ଓ ଆତଙ୍କରେ ରହି ଥିବା ଗଣମାଧ୍ୟମକୁ କହିଛନ୍ତି I