କେ.ନୂଆଗାଁ ବ୍ଲକରେ ମହିଳା ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ଠାରେ ଆଜି ମହିଳା ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି I ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ରାଜ୍ୟ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ I ଉକ୍ତ ବୈଠକରେ ଗୁଞ୍ଜିବାଡି ପଞ୍ଚାୟତ ଓ ଜିରିଡିକିଆ ପଞ୍ଚାୟତର ବିଭିନ୍ନ ଦଳର କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ଶାସନରେ ବିମୋହିତ ହୋଇ ବିଜେଡିରେ ଯୋଗ ଦେଇଥିଲେ I ସେମାନଙ୍କ ମଧ୍ୟରୁ ଲଳିତା ପ୍ରଧାନ ଯେ କି ଗୁଞ୍ଜିବାଡି ପଞ୍ଚାୟତର ଜଣେ ବିଶିଷ୍ଟ ନାରୀନେତ୍ରୀ ଥିଲେ I ଏଥି ସହିତ ଅଂଚଳର ବହୁ ମାତ୍ରାରେ ମହିଳାମାନେ ଯୋଗ ଦେଇ କିପରି ଆଗାମୀ ଦିନରେ ଏକ ସସକ୍ତ ମହିଳା ଦଳ ଗଠନ ହୋଇପାରିବ ଏହି ବିଷୟରେ ଆଲୋଚନା କରିଥିଲେ I