ଶିଶୁଙ୍କ ପ୍ରତିଭାକୁ ଆଗକୁ ଆଣିବ ସୁରଭି ଶିଶୁ ମହୋତ୍ସବ, ଲଡୁଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ…..

କୋକସରା(ତ୍ରିଲୋକ୍ୟା ବେଶ୍ରା): ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଛାତ୍ରଛାତ୍ରୀ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତି ବର୍ଷ ଆୟୋଜନ ହେଉଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ । କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଲଡୁଗାଁ କ୍ଲଷ୍ଟରରେ ସୋମବାର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସି ଫାଲଗୁନି ବାଣୁଆଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ, ସମ୍ମାନିତ ଅତିଥି ଭାବେ ରବି ନାରାୟଣ ଦାସ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୧୭ ଗୋଟି ସ୍କୁଲ ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବ ପାଇଁ ଚୟନ କରାଯାଇଛି । କାର୍ଯ୍ୟକ୍ରମକୁ ଲଡୁଗାଁ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।