ରାଇରଙ୍ଗପୁରରେ ସ୍ବଚ୍ଚତା ରଥର ସହର ପରିକ୍ରମା…..

ରାଇରଙ୍ଗପୁର(ଉତ୍ତମ ରାମ): ମହାତ୍ମାଗାନ୍ଧୀଙ୍କ ଯାହା ସ୍ବପ୍ନ ଦେଖିଥିଲେ ତାହା ଆଜି ପୁରା ହୋଇଛି l ଭାରତର ସମସ୍ତ ସହର ଗାଁ ସ୍ବଚ୍ଚତାର ସ୍ବାଦ ପରିଲକ୍ଷିତ ହେଉଛି l  ସ୍ବଚ୍ଚତା ହିଁ  ସେବା ଓ ସ୍ବଚ୍ଚ ଭାରତ ଅଭିଯାନ l ଯାହା ଗତ ସେପ୍ଟଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨ ଅକ୍ଟୋବର ପର୍ଯ୍ଯନ୍ତ  ଚାଲୁରହିବ l ସହରର  ଅଳିଆ ଆବର୍ଜନାକୁ ଦୂରୀଭୁତ କରିବ l ଏହି ଅବସରରେ ଆଜି ରାଇରଙ୍ଗପୁର ମ୍ଯୁନିସିପାଲିଟି ତରଫରୁ ଏକ ସ୍ବଚ୍ଚତା ରଥ ସହର ପରିକ୍ରମା କରିଥିଲା l ଲୋକମାନଙ୍କୁ ସ୍ବଚ୍ଚତା ଉପରେ ସଚେତନ କରି ଜଣାଇଥିଲା l ଏଥିରେ ରଇରଙ୍ଗପୁର ହାଇସ୍କୁଲ, ରାଇରଙ୍ଗପୁର ଗାଲର୍ସ ହାଇସ୍କୁଲ, ରାଇରଙ୍ଗପୁର କନ୍ଯାଶ୍ରମ, ରାଇରଙ୍ଗପୁର ମହା ବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ସେମାନେ ହାତରେ ବିଭିନ୍ନ ସ୍ବଚ୍ଚତା ସଚେତନ ବାର୍ତ୍ତା ଧରି ଲୋକମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଏଥିରେ ସ୍କୁଲକଲେଜର ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଏହି କାର୍ଯକ୍ରମରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, କାର୍ଯନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମ୍ଯୁନିସିପାଲିଟିର ସମସ୍ତ କର୍ମଚାରୀ, ଅଧ୍ୟାପକ ବିଜୟ କୁମାର ରାମ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ତଥା ଅବସରପ୍ରାପ୍ତ ସେନାବିଭାଗ ଉପସ୍ଥିତ ରହି ପରିଚାଳନା କରିଥିଲେ l