ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ମ୍ଯୁନିସିପାଲିଟି ତରଫରୁ ସ୍ବଚ୍ଚତା ହିଁ ସେବା “ପଥ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି l ଏହା ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟବର୍ତ୍ତୀ ମାଉସୀବାଡି ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ସ୍ବଚ୍ଚତା ଉପରେ ଅଧିକ ସଚେତନ କରିବା ପାଇଁ ମୁରୁଜ, ଗୀତନାଚ, ପାଲା ଦାସକାଠିଆ ଓ ଝୁମର ମାଧ୍ଯମରେ ଲୋକମାନଙ୍କୁ ସୂଚନା ଦେଇଥିଲେ l ଗତକାଲି ଏହି ପରିପ୍ରେକ୍ଷୀରେ ଏକ ସ୍ବଚ୍ଚତା ରଥ ବାହାରି ରାଇରଙ୍ଗପୁର ସହରର କୋଣ ଅନୁକୋଣରେ ପହଞ୍ଚି ଲୋକମାନଙ୍କ ମଧ୍ୟରେ ସ୍ବଚ୍ଚତାବାର୍ତ୍ତା ପ୍ରଦାନ କରିଥିଲା l ରାଇରଙ୍ଗପୁର ସହରକୁ ଅଧିକ ସ୍ବଚ୍ଚ ସୁନ୍ଦର ଓ ଅଳିଆ ଆବର୍ଜନାମୁକ୍ତ ଏବଂ ପ୍ଲାଷ୍ଟିକ ଦୂରୀଭୂତ କରିବା ପାଇଁ ଜନ ସଚେତନତା ଅଧିକ ଜରୁରୀ ବୋଲି ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଓ କାର୍ଯନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିଲେ l ଏହି ସ୍ବଚ୍ଚତା କାର୍ଯକ୍ରମ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀରେ ସମାପ୍ତ ହେବ l ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଆଜି ବାସ୍ତବତାରେ ପରିଣତ ହେବାକୁ ଯାଉଛି l ଏହି ଅବସରରେ ଗଛ ଉପାଦେୟତା ସଂପର୍କରେ ଏକ ଷ୍ଟୋଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା “ଗଛ ହିଁ ଆମ ଜୀବନ ଓ ପରିବେଶ ଏହା ଦ୍ବାରା ସବୁଜସୁନ୍ଦର ହୋଇପାରିବ” l ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟିର ଏମ୍ ଆଇ ଏସ୍ ପ୍ରୋଗ୍ରାମର ନୀଳକଣ୍ଠ ବିଶ୍ବାଳ, ଜୁନିୟର ଯନ୍ତ୍ରୀ ମୁତ୍ୟୁଜୟ ପୋଇ, ହିସାବରକ୍ଷକ ତନ୍ମୟ କୁମାର ସାହୁ ତଥା ମ୍ୟୁନିସିପାଲିଟିର କର୍ମଚାରୀଗଣ ପରିଚାଳନା କରିଥିଲେ l ଏହି କାର୍ଯକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ଅଧ୍ୟାପକ ବିଜୟ କୁମାର ରାମ, ବାଲୁକା ଶିଳ୍ପୀ ଅଜୟ ଘୋଷ, ଚିତ୍ରକର ପ୍ରଣବ ମହାନ୍ତ, ସୁଧାବାଳା ପଟ୍ଟନାୟକ, ଶିକ୍ଷକ ରାଜେଶ ପଢିଆରୀ, ସ୍ବଚ୍ଚସାଥୀ, ସୁପରଭାଇଜର, ରେଡିଭଲେଟିୟର ତଥା ଅବସରପ୍ରାପ୍ତ ସେନାବାହିନୀ ସହଯୋଗ କରିଥିଲେ l ମୁରୁଜ ପ୍ରତିଯୋଗିତାରେ ରାଇରଙ୍ଗପୁର ଗାର୍ଲସ୍ ହାଇସ୍କୁଲ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଛାତ୍ରୀଗଣ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତିନୀୟ ଚୟନ କରିବା ସହିତ କାର୍ଯକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି ସଚେତନ ମୂଳକ କାର୍ଯକ୍ରମ ଦେଖିବା ପାଇଁ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |