ପୋଖରୀରରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବିଡ଼ିପୁର ପଞ୍ଚାୟତ ସୋରିଷମୁଳି ଗାଁ ପୋଖରୀରୁ ଶନିବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ସେହି ଗ୍ରାମର ଗଦାଧର ପାତ୍ର(୭୫) । ସେ ସକାଳେ ଗାଁ ପୋଖରୀକୁ ଗାଧୋବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ବିଳମ୍ବ ହେବାରୁ ବଡ଼ ପୁଅ ନାରାୟଣ ପାତ୍ର ବିଭିନ୍ନ ସ୍ଥାନ ଖୋଜି ଖୋଜି କରିଥିଲେ ମଧ୍ୟ ବାପାଙ୍କ କୌଣସି ସନ୍ଧାନ ପାଇନଥିଲେ । ପରେ ଗାଁ ପୋଖରୀ ହିଡରେ ତାଙ୍କର ଚପଲ ରହିଥିବା ସହ ପାଣିରେ ବାପାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ନିକଟରେ ଥିବା କିଛି ଯୁବକଙ୍କ ସହାୟତାରେ ବାପାଙ୍କ ଶରୀରକୁ ପୋଖରୀରୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।