ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ରୋକାଲ ଗ୍ରାମ ପଂଚାୟତ ସ୍ଥିତ ଜୟବାହାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନି ଉତ୍ସବରେ ଠାକୁର ବାଗ ସରପଞ୍ଚ ରୋକାଲ ଗ୍ରାମପଞ୍ଚାୟତ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ହୋଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ବ କରି ଥିଲେ । କରଙ୍ଗାମାଲ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜ ପ୍ରତିଭାକୁ ପ୍ରସ୍ଫୁଟିତ କରାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରି ଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା କୋମଳ ମତି ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଙ୍କ ଆଗରେ ପ୍ରକାଶ କରିବା ହେଉଛି ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ହୋଇ ଥିଲା l ଗୀତ, ଭାଷଣ, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସୃଜନଶୀଳ ଲିଖନ, ନାଚ, ହସ୍ତାକ୍ଷର, ଗଳ୍ପ ପଠନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି କୃତ କାର୍ଯ୍ୟ ହୋଇ ଥିଲେ । ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମଞ୍ଚାସିନ ଅତିଥି ଭାବରେ ଶ୍ରୀ ଯୁକ୍ତ ଦୁଷ୍ମନ୍ତ ସିଂ ବାଗ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ ଜୟବାହାଲ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବରେ ଶ୍ରୀ ଯୁକ୍ତ ରୁଦ୍ରେସ୍ୱର ମେହେର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ, ସମ୍ମାନିତ ଅତିଥି ଭାବରେ ଶ୍ରୀ ଯୁକ୍ତ ନେପାଳ ଚନ୍ଦ୍ର ଦେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ମେହେର ପ୍ରଧାନ ଶିକ୍ଷକ ନୋଡାଲ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ, ସମ୍ମାନିତ ଶ୍ରୀଯୁକ୍ତ ଅତିଥି ଅମର ସିଂ ଭୋଇ, ସି.ଆର.ସି.ସି ଆୟୋଜକ, ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ଆର୍ତ୍ତ ତ୍ରାଣ ସଲମା, ସଭାପତି ସ୍କୁଲ ପରିଚାଳନା କମିଟି ମଞ୍ଚ ପରିଚାଳନା, ଉତ୍ତମ ପ୍ରସାଦ ମହାଉତି, ସରକାରୀ ପ୍ରାଥମିକ ବିଦ୍ୟାଳୟ ଲେସୁନପାଲି ବିଶେଷ ସହଯୋଗ କରିଥିଲେ ରମେଶ ଚନ୍ଦ୍ର ମେହେର, ଚନ୍ଦ୍ର ଶେଖର ସଲମା, ପ୍ରମୋଦ କୁମାର ନାୟକ, ମକର ଧ୍ୱଜ ଭୋଇ, ସମସ୍ତ ସହକାରୀ ଶିକ୍ଷକ ଜୟବାହାଲ ଉଚ୍ଚ ବିଦ୍ୟାଳୟ ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପ୍ତ କରି ଥିଲେ l