OSSC ନିଯୁକ୍ତିରେ ହୋଇ ଥିବା ଦୁର୍ନୀତିର CBI ତଦନ୍ତ ଦାବୀକରି, ଭାଜପା ଯୁବମୋର୍ଚା ପକ୍ଷରୁ କୋଟଗଡ ଠାରେ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଓଡିଶା ଷ୍ଟାଫ ସିଲେକସନ ନିଯୁକ୍ତି ପ୍ରକ୍ରିୟାରେ ଲାଞ୍ଚ ନେଇ କିରାଣୀ ବିରଞ୍ଚି ସାହୁ ଧରା ପଡିବା ପରେ ଏବେ ରାଜ୍ୟ ତଥା ଜିଲ୍ଲା ରାଜନୀତି ସରଗରମ ହୋଇ ପଡ଼ିଛି I
ବିରୋଧୀ ବିଜେପି OSSC ଦୁର୍ନୀତିରେ ସମ୍ପୃକ୍ତ ଶାସକ ଦଳର ବଡ ବଡିଆ, OSSCର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରି ରାଜ୍ୟ ବିଜେପି ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନାୟକଙ୍କ ନେତୃତ୍ୱରେ ବାଲିଗୁଡା ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଦେବାଶିଷ ମିଶ୍ର, ଜିଲ୍ଲା ଯୁବମୋର୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ରେଡି , କୋଟଗଡ ମଣ୍ଡଳ ସଭାପତି ch ପ୍ରକାଶ ସୁବୁଦ୍ଧି, ଉପ ସଭାପତି ବାଲେଶ୍ୱର ନାୟକ ସମେତ ବହୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଓ ନେତା ଯୋଗ ଦେଇ କୋଟଗଡ ମଣ୍ଡଳର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ହାତରେ ବ୍ୟାନର ଧରି ଶୋଭାଯାତ୍ରା କରିବା ସହ କୋଟଗଡ ସ୍ଥାନୀୟ ଗ୍ରାମପଂଚାୟତ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭତ୍ସନା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ I ହେଲେ କୋଟଗଡ ପୁଲିସ ଏଏସଆଇ ବିକ୍ରମ ଦେହୁରୀଙ୍କ ନେତୃତ୍ୱରେ ପୁଲିସ ଟିମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ନିଆକୁ ଲିଭାଇ ଦେଇଥିଲେ I କୋଟଗଡରେ ଏପରି ଭାଜପାର କାର୍ଯ୍ୟକ୍ରମକୁ ପୁଲିସର ବିରୋଧ ପ୍ରଦର୍ଶନକୁ ନିନ୍ଦା କରିଛନ୍ତି କନ୍ଧମାଳ ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ନାରାୟଣ କର୍ମୀ ଓ ଜିଲ୍ଲା ଯୁବମୋର୍ଚା ସଭାପତି ଗୋଲକ କହଁର ଓ କୋଟଗଡ ଭାଜପା ଯୁବମୋର୍ଚା I