ରା.ଉଦୟଗିର(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକର ଖଣି ସ୍ଥିତ ଆଶ୍ରମ ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ଦୁଇ ଜଣ ଛାତ୍ରୀ ମୁର୍ଛ୍ଛା ବେମାରରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ ପ୍ରଥମ ଓ ଅନ୍ୟଜଣେ ନବମ ଶ୍ରେଣୀ ଛାତ୍ରୀ l ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା । ପରେ ଦୁଇଛାତ୍ରୀଙ୍କର ପରିସ୍ଥିତି ଉଦବେଗଜନକ ହେବାରୁ ଦ୍ବୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର କରାଯାଇଥିବା ସୂଚନା ମିଳିଛି । ତେବେ ବିଭାଗୀୟ ଅଧିକାରୀ ପରିବାର ଲୋକଙ୍କୁ ଖବର ଦେଇଛନ୍ତି l କିନ୍ତୁ ଖବର ପ୍ରସାରଣ ହେବାଯାଏ ପରିବାର ଲୋକେ ମେଡିକାଲରେ ପହଞ୍ଚି ନଥିବା ଜଣାପଡିଛି l