ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଜବର ଦଖଲ ଉଚ୍ଛେଦ ବେଳେ ତହସିଲଦାରଙ୍କୁ ଘେରାଉ କଲେ ସ୍ଥାନୀୟ ମହିଳା I ଖବର ପାଇ ମୁଣ୍ଡାସାହି ଅଞ୍ଚଳର କିଛି ଲୋକ ସରକାରୀ ଜମି ଜବରଦଖଲ କରିଥିବା ସ୍ଥାନକୁ ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ପହଞ୍ଚି ଥିଲେ I
ଏହି ସମୟରେ ଅଞ୍ଚଳର ମହିଳାମାନେ ଏକଜୁଟ ହୋଇ ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିବା ସହ ଗାଳିଗୁଲଜ ଓ ଦୁବ୍ୟବହାର ପ୍ରଦର୍ଶନ କରିଥିଲେ I ଖବର ପାଇ ବାଲିଗୁଡା ପୁଲିସ ଘଟଣା ସ୍ଥଳରେ ପହଂଚି ତହସିଲଦାରଙ୍କୁ ଉଦ୍ଧାର କରିଥିଲା I ଫଳରେ ଉଛେଦ କାର୍ଯ୍ୟ ବନ୍ଦ ରହିଥିଲା I ତେବେ ଆଗାମୀ ଦିନରେ ଜବର ଦଖଲକାରୀଙ୍କୁ ପୁଣି ଉଛେଦ କରିବା ପାଇଁ ପକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ ତହସିଲଦାର ସୂଚନା ଦେଇଛନ୍ତି I ଏନେଇ ତହସିଲଦାର ଏତେଲା ଦେଲେ ଉଛେଦ ବେଳେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି I