ଅନୁସନ୍ଧାନ ଭାରତ(ବ୍ୟୁର): ଅଗଷ୍ଟ ୧ରୁ କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ୧୦ ଦଫା ଦାବି ନେଇ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି I
ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ I
ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି I ଏଣୁ ଅଗଷ୍ଟ ୧ ତାରଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି I ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କର୍ଯ୍ୟକରୁଥିବା ୨୫ଜଣ ଲାବରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି ଲାବରୋଟୋରି ଟେକ୍ନିସିଆନର ଜିଲ୍ଲା ସଂପାଦକ ବଳରାମ ଗୌଡ I