ସଦସ୍ୟତା ଅଭିଯାନରେ ସାମିଲ ହେଲେ ସାଂସଦ…..

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶାରେ ପ୍ରଥମ ଥର କ୍ଷମତାକୁ ଆସିଥିବା ଭାଜପା ଲମ୍ବା ଶାସନରେ ରହିବାକୁ ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରୁଛି । ଶାସନ ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଦଳ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛି । ଲୋକଙ୍କ ପାଖରେ ସରକାରଙ୍କ ଜନକଲ୍ୟାଣ ଯୋଜନା ପହଞ୍ଚାଇବା ସହ ସଂଗଠନକୁ ସକ୍ରିୟ କରିବାକୁ ଦଳ ଲକ୍ଷ୍ୟ ରଖିଛି । ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ୍ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡିବାକୁ ଭାଜପା ମିଶନମୋଡରେ କାମ ଆରମ୍ଭ କରିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନକୁ ଜୋରଦାର କରାଯାଇଛି । ଶୁକ୍ରବାର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ଏହାର ତଦାରଖ କରିଛନ୍ତି । ନିର୍ବାଚନମଣ୍ଡଳୀର ୨୬୦ ଟି ବୁଥରେ ଦଳ ଯେପରି ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ସାମିଲ କରାଯାଇ ଦଳକୁ ମଜବୁତ୍ କରଯିବ ସେନେଇ ଦଳ ଗୁରୁତ୍ୱ ଦେଇଛି । ଶୁକ୍ରବାର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ ବୁଥ୍ ଗସ୍ତ କରି ଏହି ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ଏହା ସହ ସାଂସଦ ଶ୍ରୀ ପାଣିଗ୍ରାହୀ ଏକାଧିକ ଲୋକଙ୍କୁ ଭାଜପାର ସଦସ୍ୟତା କରାଇଛନ୍ତି ।ଏହି ସମୟରେ ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ, ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ରବିନ୍ଦ୍ର କୁମାର ଗୌଡ, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ଜେନା, ଦଦରାଲୁଣ୍ଡା ସରପଞ୍ଚ ନିରଞ୍ଜନ ସେଠୀ, ସଂଘଠକ ଜ୍ୟୋତି ସ୍ୱାମୀ ସାହୁ, ମୁଜାଗଡର ପୂର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।