କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ପକ୍ଷରୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଙ୍କୁ ଦାବିପତ୍ର….

କଳାହାଣ୍ଡି(ତୁଳମଣୀ ନାଗ): ଭବାନୀପାଟଣାକୁ ଉଦ୍ୟୋଗ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ  ଆଜି ଗସ୍ତ କରିଥିବା ବେଳେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ଏକ ପ୍ରତିନିଧି ମଣ୍ଡଲୀ ଭେଟି ବେଦାନ୍ତ ଆଲୁମିନା ପ୍ରକଳ୍ପରେ ରେଡମଡ ପଣ୍ଡ ଭୁଶୁଡ଼ି କ୍ଷତି ହୋଇଥିବା ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ଏକ ଦାବିପତ୍ର ଦିଆଯାଇଛି । ଏହି ବୈଠକରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ଏବଂ ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଉପସ୍ଥିତ ଥିଲେ । କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନର ସଭାପତି ଚିନ୍ମୟ ବେହେରା, ଉପ ସଭାପତି କୃତିବାସ ମୁଣ୍ଡ, ସମ୍ପାଦକ ଗୌତମ ପଟ୍ଟନାୟକ, ଆଇନ ଶାଖା ସଭାପତି ଭାରତ ଭୁଷଣ ପଣ୍ଡା, କମିଟି ପରାମର୍ଶ ଦାତା  ପ୍ରତାପ ବାଗ, ବିରଜା କୁମାର ପଣ୍ଡା, ଆଶୁତୋଷ  ପାଢ଼ୀ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଚାଷୀମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବା ସହିତ କ୍ଷତି ହୋଇଥିବା ଜମିର ପୁନଃ ମରାମତି କରି ଚାଷୀମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ l ଉଚିତ କ୍ଷତି ପୂରଣ ଚାଷୀମାନଙ୍କୁ ନ ମିଳିଲେ ଆଗାମୀ ଦିନରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ଆନ୍ଦୋଳନ କରିବ ବୋଲି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଘ କହିଥିବା ଚର୍ଚ୍ଚା ହେଉଛି ।