ଧରାକୋଟ(ସୁନୀଲ କୁମାର ଚୋଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିସ ବେହେରାଙ୍କ ସହ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ ଅଚାନକ ଭାବେ ସରକାରୀ ଆଶ୍ରମ ବିଦ୍ୟାଳୟ ବଳରାମ ପୁର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ବୁଲି ଦେଖିଥିଲେ l ଷ୍ଟୋର ରୁମ୍, ରୋଷେଇ ଘର, ପାଇଖାନା, ଶୌଚାଳୟ, ପ୍ରତ୍ୟେକ ଶ୍ରେଣୀର ଶିକ୍ଷାଦାନ ଅନୁଧ୍ୟାନ କରିବା ସାଙ୍ଗକୁ ଅନ୍ତେବାସୀଙ୍କ ସହ ବାର୍ତ୍ତାଳାପ କରି ସୁବିଧା ଅସୁବିଧା ବୁଝି ଥିଲେ । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦେଖିବା ସଙ୍ଗେ ବିଦ୍ୟାଳୟ ଓ ଛାତ୍ରାବାସ ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ କରିଥିଲେ । ପରିଶେଷରେ ପରିଦର୍ଶନ ସମୟର ନିଜ ମନ୍ତବ୍ୟକୁ ପରିଦର୍ଶନ ପଞ୍ଜିକାରେ ପଞ୍ଜୀକୃତ କରି ବିଦ୍ୟାଳୟରୁ ପ୍ରସ୍ଥାନ କରିଥିଲେ । ପ୍ରଧାନ ଶିକ୍ଷକ ଅଜୟ କୁମାର ଦାସ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ ।