ଭବାନୀପାଟଣା(ତୁଳମଣି ନାଗ): କାଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୪ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିରଣ ଶ୍ରୀ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୧ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧,୭୫,୨୫,୦୦୦ ଆର୍ଥିକ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ସେହିପରି ୨୬ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇଥିଲା, ବିଚାର ଯୋଗ୍ୟ ୩୪୪ ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା- ୧୩୮) ୮ ଟି ଫଇସଲା କରାଯାଇ ଟ. ୨୨,୯୧,୭୩୫/- ଜ୍ଞା ଆଦାୟ କରାଯାଇଥୁଲା । ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଜାଇଥିଲା । ରାଜସ୍ବ ମକଦ୍ଦମା ୪୪୭୮ ଟି ଫଇସଲା କରାଯାଇ ୨.୯୦,୨୯୬ ଟଙ୍କା ଆଦାୟ କରା ଯାଇଥିଲା ଓ ୩୫୧ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୪୮,୪୯,୪୨୧ ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ (POCSO) ସ୍ମୃତିଲେଖା ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜୀବ ଲୋଚନ ସାହୁ, ସିନିୟର ସିଭିଲ ଜଜ୍, ସମାପିକା ମହାନ୍ତି, ସିନିୟର ସିଭିଲ ଜଜ୍ (LR & LTV), ସୁଦିପ୍ତା ଦେହୁରି, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି, ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍ (WOMEN’S COURT ରଶ୍ମୀରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପି.ସିତାଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ସୁମିତ୍ରା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (FTSC) ଯଦୁମଣି ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ଶ୍ରୀଦିପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।