ଦାରିଙ୍ଗବାଡି ବ୍ଲକ ସ୍ତରୀୟ ମନରେଗା ଯୋଜନାର ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ବିଡିଓ ଗଦାଧର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ ଉପସ୍ଥିତ ରହି ଏହି ଜନ ଶୁଣାଣୀ ଶିବିର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସୂଚନା ଦେବା ସହ ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ନିମନ୍ତେ କହିଥିଲେ । ବ୍ଲକର ୨୫ଟି ପଞ୍ଚାୟତରେ ମନରେଗା ଯୋଜନାରେ ସମ୍ପୁର୍ଣ୍ଣ ହୋଇଥିବା କାର୍ଯ୍ୟ ଓ ଜାରି ରହିଥିବା କାର୍ଯ୍ୟ ସମ୍ପର୍କରେ ଏଡିଓମାନେ ବିସ୍ତୃତ ଭାବରେ ବିବରଣୀ ପଠନ ସହିତ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ ହୋଇଥିବା ସୂଚନା ଦେଇଛନ୍ତି l ମନରେଗା ଯୋଜନାରେ ହିତାଧିକାରୀମାନେ କିଭଳି ଅଧିକରୁ ଅଧିକ କାମ କରିବେ ଓ ସ୍ଵଛତାରେ କାର୍ଯ୍ୟ ହେବ ଓ ଯେଉଁ ପଞ୍ଚାୟତରୁ ଅଭିଯୋଗ ଆସିଛି ସେଗୁଡ଼ିକର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଓ ବିଡିଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଜିପିଡ଼ିଓ ସୁରେଶ ପଣ୍ଡାଙ୍କ ସମେତ ବ୍ରାହ୍ମଣୀଗାଁ ରେଞ୍ଜର ହରିହର ବେହେରା କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଧୀରେନ ସେଠୀ, ମନୋଜ କୁମାର ପୃଷ୍ଟି ,କମଳ ପାତ୍ରଙ୍କ ସହିତ ବ୍ଲକର ସମସ୍ତ ଏଡିଓ ଗ୍ରାମ ସାଥି ଭିଆରପି ପ୍ରମୁଖ ଉପସ୍ଥିତ ଥିଲେ l