ଗାଁକୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ.….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲାରେ ଥମୁନାହିଁ ଦାଦନ ମୃତ୍ୟୁ l ଜିଲ୍ଲାର କୌଣସି ନା କୌଣସି ବ୍ଲକ ଅଞ୍ଚଳକୁ କିଛି ଦିନର ବ୍ୟବଧାନ ପରେ ଫେରୁଛି ଦାଦନ ଶ୍ରମିକଙ୍କ ଶବ l ସେହି ଅଧ୍ୟାୟରେ ପୁଣି ଯୋଡ଼ିଛି ଆଉ ଏକ ଦାଦନ ଶ୍ରମିକଙ୍କ ନାଁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ନାଏକ ପଡାର ଯୁବକ ପଦ୍ମଲୋଚନ ଧ. ମାଝୀ (ପିଣ୍ଟୁ) l ଗତ ଦୁଇ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କୌଣସି ଏକ ଘରୋଇ ଠିକାସଂସ୍ଥାରେ ନିୟୋଜିତ ଥିଲେ । ତେବେ ଗତ ଦୁଇ ଦିନ ତଳେ ଜ୍ୱର ହୋଇ ଗୁରୁତର ହେବାରୁ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ଠିକାସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବକୁ ଗାଁକୁ ପଠାଇଥିବା ବେଳେ ଆଜି ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ପରେ ମୃତ ଦାଦନ ଶ୍ରମିକଙ୍କ ଶବକୁ ଗାଁ ମଶାଣି ରେ ଦାହ କରାଯାଇଛି।