ସିନାପାଲି(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ଦୁଇ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ଵେଲେ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡଙ୍ଗର ଗାଁ ଗ୍ରାମର ବୁଟୁରାମ ମାଝି (୩୮) ଓ ପଦୁ ମାଝି (୨୭) ବୋଲି ଜଣାପଡ଼ିଛି । ଉଭୟ ଅଭିଯୁକ୍ତଙ୍କ ଠାରୁ ଜବତ ଦେହାବଶେଷର ଓଜନ ୫.୮୦୦ଗ୍ରାମ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ଖଡିଆଳ ଏସିଏଫ ମହମ୍ମଦ ସାଲିହା, ସିନାପାଲି ରେଞ୍ଜର ଜୟଦେବ ମାଝି, ଫରେଷ୍ଟର ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ, ରମା ରଞ୍ଜନ ରାଉତ, ଚୁଡ଼ାନାଥ ସରାଫ ସମେତ ଖଡିଆଳ ଡିଭିଜନ ମୋବାଇଲ ସ୍କ୍ୱାର୍ଡ ଓ ସିନାପାଲି ରେଞ୍ଜର ଅନେକ କର୍ମଚାରୀ ସାମିଲ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼-ଓଡିଶା ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଳ ଜବତ କରାଯାଇଥିବା ବେଳେ ସେତେବେଳେ ବନ ବିଭାଗ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ l ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ସୁତ୍ରରୁ ପ୍ରକାଶ ।