ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ…..

ସିନାପାଲି(ପରମେଶ୍ୱର ମେହେର): ଆଗକୁ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା l ପୂଜା ମଣ୍ତପ ମାନଙ୍କରେ ବିରାଜିବେ ଜଗତଜନନୀ ମାଁ ଦୁର୍ଗା l ଏଥି ପାଇଁ ଚଳଚଂଚଳ ହେଲାଣି ସମସ୍ତ ପୂଜା କମିଟି l ନୂଆପଡା ଜିଲ୍ଲା ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟି ତରଫରୁ ଚଳିତ ବର୍ଷର ଦୁର୍ଗାପୂଜାର ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରାଯାଇଛି l ଏଠିକାର ପରମ୍ପରା ଅନୁଯାୟୀ ସ୍ଥାନୀୟ କୁମ୍ଭାର ପଡ଼ାରେ ବିଧି ଅନୁସାରେ ମାଟିପୂଜା କରିବା ପରେ ଅଭିମଂତ୍ରିତ ମାଟିକୁ ଧରି ପାରମ୍ପରିକ ବାଜା ସହ ଏକ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରାଯାଇଥିଲା l ଏହି ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର, ଗ୍ରାମଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବା ପରେ ଅଭିମଂତ୍ରିତ ମାଟିକୁ ଜଗନ୍ନାଥ ଛକ ପୂଜାମଣ୍ତପରେ ସ୍ଥାପନ କରାଯାଇଥିଲା l ଆଜିର ଶୋଭାଯାତ୍ରାରେ କର୍ତ୍ତା ଦମ୍ପତ୍ତି ଉଗ୍ରେସନ ମେହେର ଓ ରୁକ୍ମିଣୀ ମେହେରଙ୍କ ସହ ପୂଜକ ଭାବରେ ବସନ୍ତ ପତି ଉପସ୍ଥିତ ଥିଲେ l ଚଳିତବର୍ଷ ଏହି କମିଟି ୪୭ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଝସକେତନ ମେହେର, ସହସଂପାଦକ ଭୀଷ୍ମରାଜ ମେହେର ଓ କୋଷାଧ୍ଯକ୍ଷ ଭାବରେ ମହେଂଦ୍ର ମେହେର ରହିଛନ୍ତି l ସେହିପରି ମୁଖ୍ୟପୂଜକ ଭାବରେ ପ୍ରମୋଦ ଯୋଷୀଙ୍କୁ ମନୋନୀତ କରାଯାଇଛି l ଆଜିର ମାଟି ଅନୁକୂଳ କାଯ୍ୟକ୍ରମରେ ମହିଳା ଶ୍ରଦ୍ଧାଳୁଙ୍କ ସହ ଦୁର୍ଗାପୂଜା କମିଟିର ସଦସ୍ୟ ଓ ଉପଦେଷ୍ଟା ସାମିଲ ଥିଲେ l ସେହିପରି ସିନାପାଲି ବସଷ୍ଟାଣ୍ତ ସ୍ଥିତ ସାମୁହିକ ଦୁର୍ଗାପୁଜାର ମଧ୍ୟ ମାଟି ଅନୁକୂଳ କରାଯିବା ସହ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି l