ଘରକୁ ଫେରିଲେ ମିଖୋଜ ଥିବା କେଶବ ବେହେରା…..

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତ ର ଗୁମୁଡୁମାହା ଗ୍ରାମର କେଶବ ବେହେରା ନାମକ ଏକ ଯୁବକ କେରଳ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ । କେରଳରେ କିଛି ମାସ ରହିଲା ପରେ ନିଜ ଘରକୁ ଫେରୁଥିଲେ l କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କ ମୋବାଇଲ ଫୋନ, କିଛି ଟଙ୍କା, ବେଗ ସହ ଚୋରି ହୋଇଥିଲା । ସେଥିପାଇଁ ସେ ଘରକୁ ଫେରି ପାରିନଥିଲେ l କିନ୍ତୁ ଗତ କାଲି ଶୁକ୍ରବାର ଦିନ ଘରକୁ ପହଞ୍ଚିଛନ୍ତି । ନିଖାଜ ଥିବା ଦେଖି ତାଙ୍କ ସ୍ତ୍ରୀ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଥିଲେ । ଅଭିଯୋଗ ହେବା ପରେ ବାଲିଗୁଡା ପୁଲିସ ମଧ୍ୟ୍ୟ କେଶବ ବେହେରାଙ୍କୁ ଖୋଜା ଖୋଜି ଜାରି ରଖିଥିଲା । କେଶବ ବେହେରା କହିବା ଅନୁସାରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେଠାରୁ କେରଳ ଆଲବା ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ । ସେଠାରେ ଜଣେ ହିନ୍ଦୀ ଭାଷା ରେ କଥା ହେଉଥିବା ଜଣେ ବ୍ୟକ୍ତି କେଶବଙ୍କ ସହ ମିତ୍ରତାର ଅଭିନୟ କରି ଏକ ପାଣି ବୋତଲରେ କୌଣସି ନିଶା ଦ୍ରବ୍ୟ ମିଶେଇ ଦେଇଥିଲେ । ସେ ନଜାଣି ସେ ପାଣିକୁ ପିଇ ଦେଇଥିଲେ ଏବଂ ଆଚେତ ହୋଇ ସେହି ଷ୍ଟେସନରେ ଶୋଇପଡ଼ିଥିଲେ। ଚେତା ଫେରିଲା ପାରେ ଦେଖିଲେ ଯେ ତାଙ୍କ ପାଖରେ ବେଗ, ମୋବାଇଲ ଫୋନ, ଧରିଥିବା କିଛି ପଇସା ବି ନଥିଲା । ତା ପାଖରେ କିଛି ନଥିବାରୁ ଚେନାଇ ରେଲୱେ ଷ୍ଟେସନରେ ଯାଇଥିଲେ । ସେଠାରେ ଓଡ଼ିଆ ଠିକାଦାରଙ୍କ ସହ ଭେଟ ହୋଇଥିଲା ଏବଂ ଓଡ଼ିଆ ଠିକାଦାର ତାଙ୍କୁ ଦୟା ଦେଖେଇ ତାଙ୍କ କମ୍ପାନୀରେ ନେଇଥିଲେ । ସେଠାରେ 15 ଦିନ କାମ କରିବା ପରେ ସେ ନିଜ ଘର ଗୁମୁଡୁମାହା ଫେରିଛନ୍ତି । କେଶବ ବେହେରା ଫେରିଥିବାରୁ ପୁରା ପରିବାରରେ ଖୁସିର ଲୋହରି ଖେଳିଯାଇଛି ।