ଧରାକୋଟ(ସୁନୀଲ କୁମାର ଚୌଧୁରୀ ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ଅଂଶୁମାନ ଦାସ ଏନସିସି ଜୁନିଅର ଡିଭିଜନ ତରଫରୁ ଖେଳି ପ୍ରଥମେ ଅଙ୍କୁଶପୁର ଠାରେ ଏଟିସି କ୍ୟାମ୍ପରେ ସୁଟିଂ ବା ବନ୍ଧୁକ ଚାଳନାରେ ଉତ୍ତମ ପ୍ରଦର୍ଶନ କରି ଯୋଗ୍ୟ ବିବେଚିତ ହେବାପରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ଇବିଏସଇ କ୍ୟାମ୍ପରେ ପୁଣି ଯୋଗ୍ୟତା ହାସଲ କରିଥିଲେ । ଏହା ପରେ ଢେଙ୍କାନାଳ ଠାରେ ଅନୁଷ୍ଠିତ ଆଇଜିସି କ୍ୟାମ୍ପରେ ଖେଳି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପରେ ସମ୍ପ୍ରତି ସେ ଦିଲ୍ଲୀ ଠାରେ ଅନୁଷ୍ଠିତ ଟିଏସସି କ୍ୟାମ୍ପରେ ବର୍ତ୍ତମାନ ନିଜର ସୁଟିଂ ଜାରି ରଖିଛନ୍ତି । ତାଙ୍କର ପିତା ଧରାକୋଟ ଗଡର ଜଣେ ସାଧାରଣ ବ୍ୟବସାୟୀ ନାରାୟଣ ଦାସ ଓ ମାତା ଜୟନ୍ତୀ ଦାସ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ଜେଜେ ବାପା ଅନ୍ତର୍ଯ୍ୟାମୀ ଦାସ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି । ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ତାଙ୍କୁ ପ୍ରେରଣା ପ୍ରଦାନ କରିଥିବା ବେଳେ ଏନସିସି ଶିକ୍ଷକ ଅନିଲ କୁମାର ନାୟକ ତାଙ୍କର କୋଚିଂ ପ୍ରଦାନ କରୁଛନ୍ତି ।