ଗୁଣପୁରର ମନ ମୋହିଲା ରାଇଜିଙ୍ଗ ମେଲୋଡି….

ଗୁଣପୁର(ସୁନିଲ୍ କୁମାର ସାବତ): ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ନୀଳାଦ୍ରି ବିହାର ଓ ବଳରାମ ନଗର ପୂଜା କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ନେଇ ରାଇଜିଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏହାକୁ ଉଦଘାଟନ କରିଥିଲେ । ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ନୀଳାଞ୍ଚଳ ମିଶ୍ର, କାଉନ୍ସେଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଅକ୍ଷୟ ଦାଶ, ରାଜେଶ ପଣ୍ଡା, ଭାଲୁ ପଟ୍ଟନାୟକ, ନରସିଂହ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ବର୍ଷ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା କାର୍ଯ୍ୟ ଅଧିକ ଆକର୍ଷଣୀୟ ହେଇଥିବାରୁ ମୂର୍ତ୍ତି ଶିଳ୍ପୀ ଚନ୍ଦ୍ର ମଉଳିଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ କଳାକାରମାନେ ସୁପରିଚିତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।