ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ଏକ ବଜ୍ରକାପ୍ତାକୁ ମାନଝରି ଗ୍ରାମବାସୀ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ସୁଚନାଯୋଗ୍ୟ ଯେ, ବୁଧବାର ରାତି ଅଧରେ ମାନଝରି ଗ୍ରାମର ଅଘ୍ରିଆ ପଡ଼ା ସ୍ଥିତ ପୁରୁଣା ପଞ୍ଚାୟତ ପାଖରେ ଆନୁମାନିକ ୮-୯ କିଲୋଗ୍ରାମର ଏକ ବଜ୍ରକାପ୍ତା ବୁଲୁଥିବାର ଦେଖି ବାକୁ ପାଇଲେ ସଦର ଗ୍ରାମର ପ୍ରେମଲାଲ ଆଘରିଆ ଓ ଜଗୁ ଅଘରୀଆ । ପରେ ପଡ଼ାବାସୀଙ୍କୁ ଉଠାଇ ବଜ୍ରକାପ୍ତାକୁ କାବୁ କରି ବନବିଭାଗକୁ ଯୋଗାଯୋଗ କରି ଥିଲେ । ଏହି ଗାଁ କେଗାଁ ରେଞ୍ଜ ଗୋଲାମୁଣ୍ଡା ଫରେଷ୍ଟ ଅଧୀନରେ ଆସୁଥିବାରୁ ଗୋଲାମୁଣ୍ଡା ଫରେଷ୍ଟର ଭବାନୀ ଶଙ୍କର ପରିଛା, ପାରା ସ୍କ୍ୱାର୍ଡ ଓମ୍ ପ୍ରକାଶ ରଣା, ପିସୀ ସ୍କାଡ ନୃପ ରଣା, ଗୋଲାମୁଣ୍ଡା ବିଟ୍ ଜିତେନ୍ଦ୍ର ନାଏକ, ବିଶ୍ୱଜିତ୍ ବଗର୍ତ୍ତୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ବଜ୍ରକାପ୍ତାକୁ ସୁରକ୍ଷିତ ନେଇ ଥିଲେ । ଗ୍ରାମବାସୀଙ୍କ ଏପରି କାମକୁ ବୁଦ୍ଧିଜୀବୀ ଓ ଅଞ୍ଚଳରେ ପ୍ରଶଂସା କରାଯାଉଛି ।