ଗୁମ୍ମା( ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଙ୍ଗିଲିଡ଼ା ଗ୍ରାମର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ । ତାଙ୍ଗିଲିଡ଼ା ଗ୍ରାମର ସୋଲାର ଜଳ ଯୋଗାଣ ପ୍ରକଳ୍ପ, ଆମ ଓଡ଼ିଶା ନବୀନ ଓଡ଼ିଶାରେ ନିର୍ମିତ କମ୍ୟୁନିଟି ହଲ୍, ବିଭିନ୍ନ ସାହି ପ୍ରାଥମିକ ବିଦ୍ୟାଳୟ ଇତ୍ୟାଦି ବୁଲି ଦେଖିଥିଲେ । ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଅବଗତ କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷାଙ୍କ ସହ କନିଷ୍ଠ ଯନ୍ତ୍ରୀ କେ ଡି ଏନ୍ ସାହୁ ଉପସ୍ଥିତ ଥିଲେ ।