ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ପବିତ୍ର ରାଧାଷ୍ଟମୀ ସେପ୍ଟେମ୍ବର ୧୧ ତାରିଖ ଦିନ ଉମରକୋଟରେ ଏକ ବିଶାଳ ହିନ୍ଦୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ସୁରକ୍ଷା ସମିତିର ଆହ୍ବାନକୁ ସଂପୂର୍ଣ୍ଣ ସମର୍ଥନ ଜଣାଇ ଥିଲ ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ । ଏହି ଅବସରରେ ଡଙ୍ଗରିଗୁଡା ସ୍ଥିତ କାଳୀ ମନ୍ଦିର ନିକଟରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ହିନ୍ଦୁ ସୁରକ୍ଷା ସମିତିର ଆବାହକ ଜୟଦେବ ପରିଡ଼ା, ହିନ୍ଦୁ ମହାସଂଘର ମାର୍ଗଦର୍ଶକ ସୌଭାଗ୍ୟ ବାବା, ବିଶ୍ଵ ହିନ୍ଦୁ ପରିଷଦ ସଭାପତି କୃପାରାମ ସାହୁ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଡମ୍ବରୁ ବାବା, ସତ୍ୟ ବ୍ରତ ସାମଲ, ବାଳକୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ତପନ ଦେବନାଥ, ବରିଷ୍ଠ ଆଇନଜୀବୀ ରାମ ନା଼ୟକ, ସୁନିଲ ବେହେରା, ଯୁଝେଷ୍ଟିର ରାଜଗଣ୍ଡ, ଅଶୋକ କୁମାର ପାତ୍ର, ସଞ୍ଜିବ ବିଶ୍ବାସ ଏବଂ ଅନ୍ୟମାନେ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବନାର୍ ବାନାର୍ଜୀ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଭବାନୀ ବାହିନୀ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ଶ୍ୟାମ ସୁନ୍ଦର କବିରାଜ, ଗୋରା ହରିଜନ, ଜୟସେନ ନାଗେଶ, ପିଣ୍ଟୁ ଠାକୁର, ଧନଜ୍ଞୟ ଭବାଲୀ, ଗୋପାଳ ପୂଜାରୀ, ସୁକେଶ ସରକାର, ପେଣ୍ଡ୍ରା ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉମରକୋଟ ତହସିଲଦାରଙ୍କ ଜରୀଆରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।