ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ସଦର ଅନ୍ତର୍ଗତ ଘଣ୍ଟିବୁଡ ଗ୍ରାମର ଚମ୍ପାପଡା ଠାରେ ଥିବl ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ପଦବି ଚୟନକୁ ନେଇ ଗ୍ରାମବାସୀମାନେ ଅଙ୍ଗନୱାଡ଼ି ଗେଟରେ ତାଳl ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପକ୍ଷରୁ କରାଯାଇଥିବା ଚୟନର ସଠିକ୍ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଗେଟ୍ ବନ୍ଦ ରହିବ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ଗ୍ରାମର ୫ ଜଣ ଅନଲାଇନ ଫର୍ମ ଦାଖଲ କରିଥିଲେ । ସେଥିମଧ୍ୟରୁ ଗ୍ରାମର ଜଣେ ବୋହୂ କୁନ୍ତଳା କିଶlନକୁ ଚୟନ କରିଥିଲା ବିଭାଗ, ତେବେ ଚାକିରି ପାଇଥିବା ମହିଳାଙ୍କ ବଦଳରେ ଅନ୍ୟ ଜଣେ ମହିଳା ଝରଣା କିଶାନ ଚାକିରି ପାଇବା ଉଚିତ୍ କହି ଉପଜିଲ୍ଲାପାଳ ତଥା ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ଗ୍ରାମବାସୀ । ତେବେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଆଜି ଅଙ୍ଗୱାଡ଼ି କେନ୍ଦ୍ର ଗେଟରେ ତାଲା ମାରି ଧାରଣାରେ ବସିଥିଲେ ଗ୍ରାମବାସୀ । ଅନ୍ୟପଟେ ସୁନ୍ଦରଗଡ ସିଡିପିଓଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ଚୟନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଛି ବୋଲି କହିଥିଲେ l