ଦାରିଙ୍ଗବାଡିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ରପଡ଼ ବଡି ନୋଡାଲ ୟୁପି ସ୍କୁଲରେ ୨୦୨୪ ମସିହାର ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ ପକ୍ଷରୁ ବୁଧବାର ଦିନ ଶ୍ରୀ ଗୋକୁଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ବ୍ଲକ୍ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମାଲିକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏ.ବି.ଇ.ଓ ତଥା ବି.ଆର.ସି.ସି ବନମାଳୀ ମାଝୀ ସମେତ ଏ.ବି.ଓ ଗାଇଡ ଶିକ୍ଷକ ଏବଂ ବିଚାରକ ମଣ୍ଡଳୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଞ୍ଚଳରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ସିନିୟର , ଜୁନିଅର ଏବଂ ସବ୍ ଜୁନିଅର ଏହି ତିନି ଶ୍ରେଣୀରେ ବିଭକ୍ତ କରି କୁଇଜ୍ ପ୍ରତିଯୋଗୀତା କରାଯାଇଥିଲା । ସିନିୟର୍ ଦଳରୁ ବିରାଗାଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କିରନ ନାୟକ ପ୍ରଥମ ସ୍ଥାନ ଓ ଜିତୁନ ମାଳ ବିଷୋୟୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭ୍ରମରବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୋନାଲି ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଜୁନିଅର ଦଳରୁ କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାଗିରଥି ପ୍ରାଧାନି ପ୍ରଥମ ସ୍ଥାନ, ସିମନ୍ ବାଡି ୟୁ ପି ସ୍କୁଲ୍ ର ଦିବ୍ୟଲକ୍ଷ୍ମୀ ସାହୁ ଓ ଦାସିଙ୍ଗବାଡି ୟୁ ପି ସ୍କୁଲ୍ ର ସୁଜିତ୍ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସବ୍ ଜୁନିଅର ଦଳରୁ ଜନା ବାଡି ପି ୟୁ ପି ଏସ ର ନିସ୍ତାରାଣୀ ପ୍ରଧାନ ପ୍ରଥମ, ସୁନ୍ଦର ଦଣ୍ଡା ପି ଏସ ର ଯୋଶୁଆ ମେଲୱିନ ପ୍ରଧାନ ଦ୍ୱିତୀୟ ସ୍ଥାନ ଓ ତେରାବାଡି ପି ୟୁ ପି ଏସ ର ତିମତି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ତଦାରଖ କରିଥିବା ବେଳେ ଶିକ୍ଷକ ଶ୍ୟାମ ସୁନ୍ଦର ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମୋହନ ସାହୁ, ନିରଞ୍ଜନ ପାତ୍ର, ନବୀନ ସାହୁ, ପୂର୍ଣ୍ଣଚନ୍ଦ୍ର ସିହାଲ, ଜୟ ନାରାୟଣ ପତିଙ୍କ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ସହଯୋଗ କରିଥିଲେ ।