ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଘଂନ କରି ପ୍ଲାଷ୍ଟର ଅଫ ପାରିସର ମୂର୍ତ୍ତି ବିକ୍ରି….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ପ୍ଳାଷ୍ଟର ଅଫ ପାରିସର ଗଣେଶ ମୂର୍ତ୍ତି ବିକ୍ରି କରାଯାଉଛି l ପ୍ଳାଷ୍ଟର ଅଫ ପାରିସର ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବା ଯୋଗୁଁ ଗଣେଶ ମୂର୍ତ୍ତି ମାଟିରେ ଗଢିବା ସହ ପ୍ଳାଷ୍ଟର ଅଫ ପାରିସର ମୂର୍ତ୍ତିକୁ ସମ୍ପୂଣ୍ଣ ଭାବେ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଧେଶ ନାମା ଜାରି କରିଛି l ଗତ ତା୨୩/୦୮/୨୦୨୪ରିଖ ଦିନ ଗଣେଶ ପୂଜା ଏବଂ ବିସର୍ଜନକୁ ନେଇ ଉପଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଉପଜିଲ୍ଲାପାଳ କିରଣ ଦ୍ବୀପ କୌରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସମସ୍ତ ଅଧିକାରୀ, ପୂଜା କମିଟି ସଭାପତି ଓ ଡିଜେ ସାଉଣ୍ଡ ମାଲିକମାନଙ୍କୁ ନେଇ ଶବ୍ଦ ପ୍ରଦୂଷଣ ଉପରେ ପ୍ରତିବନ୍ଧ, ମୂର୍ତ୍ତି ଵିସର୍ଜନର ସ୍ଥାନ, ପ୍ଳାଷ୍ଟର ଅଫ ପାରିସ ମୂର୍ତ୍ତି ବ୍ୟବହାର ନକରିବା ଭଳି ଅନେକ ବିଷୟରେ ଆଲୋଚନା ହୋଇଥିଲା l ପ୍ରଶାସନର ନିର୍ଦ୍ଧେଶକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ସହରର ବିଭିନ୍ନ ସ୍ଥାନରେ ଏହି ପ୍ଲାସ୍ଟିକ ଅଫ ପାରିଶର ବିକ୍ରେତା ମୂର୍ତ୍ତି ବିକ୍ରି କରୁଛନ୍ତି l ଏଭଳି ହାନିକାରକ କେମିକାଲରେ ତିଆରି ମୂର୍ତ୍ତିର ବିକ୍ରୀକୁ ପ୍ରଶାସନ ତୁରନ୍ତ ବନ୍ଦ କରିବା ସହ ବିକ୍ରେତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି l