ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ ଘଟିଛି l ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ l ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରିବାବେଳେ ଘର ଉପର ଦେଇ ଯାଇଥିବା 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଅକ୍ଷୟ ଆସିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୋହନା ପୁଲିସ ଘଟଣାର ତଦନ୍ତ କରୁଛି l