ଭଞ୍ଜନଗର(ନିଲୁ ବିଷୋୟୀ): ଗଣେଷ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ ପୂଜା କମିଟି ମାନଙ୍କୁ ନେଇ ପୁଲିସ୍ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସ୍ଡିପିଓ ସୁଜିତ ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସାହିର ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇ ଏନେଇ ଆଲୋଚନା କରିଥିଲେ । ପୂଜା ସମୟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପେଣ୍ଡାଲ୍ ନିକଟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭସାଣୀ ସମୟରେ କୌଣସି ଅସ୍ବଭାବିକ ପରିସ୍ଥିତିକୁ ଏଡାଇବା ପାଇଁ ପୂଜା କମିଟି ଗୁଡିକ ସର୍ତ୍ତକତା ଅବଲମ୍ବନ କରିବା ନେଇ ଆଲୋଚନା ହୋଇଥିଲା । ପୂଜା ସମୟରେ ଡିଜେ ଏବଂ ବାଣ ନଫୁଟାଇବାକୁ ପୂଜା କମିଟି ମାନଙ୍କୁ କୁହାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଗଣେଷ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନେଇ ଆଲୋଚନା ହୋଇଥିଲା । ଏଥିରେ ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ସମେତ ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ ଓ ପୁଲିସ୍ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।