ଗାଇବା ସବ-ଷ୍ଟେସନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ…

ପରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଏକ ସବ -ଷ୍ଟେସନ ନିର୍ମାଣ କରିବା ଦାବିରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହିତ ଆଲଚନା କରିଥିଲେ । ଗାଇବା ପଞ୍ଚାୟତ, ପରିଡ଼ା, ଵୃଷବ, ବୈଝାଲ ପଞ୍ଚାୟତରେ ବିଦ୍ୟୁତର ଅନେକ ସମସ୍ୟା ରହୁଛି l ଟିକେ ବର୍ଷା ବା ପବନ ହେଲେ ବିଦ୍ୟୁତ କଟି ଯାଉଛି l  ଫଳରେ ନେଟୱର୍କ ବି ଚାଲିଯାଉଛି l ଏସବୁ ବିଷୟ ନେଇ ଅଞ୍ଚଳବାସୀ ବିଧାୟକଙ୍କୁ  ବିଦ୍ୟୁତ ସବ-ଷ୍ଟେସନ ନିର୍ମାଣ କରାଯିବା ପାଇଁ ଅଭିଯୋଗ ଜଣାଇଥିଲେ । ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ପରେ  ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହିତ ଆଲୋଚନା କରିଥିଲେ ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ।   ଗୁମ୍ମା ପାୱାର ହାଉସ୍ ଠାରୁ ଗାଇବାକୁ ୧୨ କିଲୋମିଟର ହେଉଥିବା ବେଳେ ଉଖୁରା, ପରିଡ଼ା, ବୃଷଭ, ବାଇଝାଲ ଓ ତୋରଭା ଏହି ୬ଟି ପଞ୍ଚାୟତର ୪ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପୋଭକ୍ତା ଏବଂ ୧୩୨ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଏହି ଅଞ୍ଚଳ ପାହାଡ଼ ପର୍ବତ ଘେରାରେ ରହିଥିବା ଯୋଗୁଁ ବିଭିନ୍ନ ସମୟରେ ବିଦ୍ୟୁତ ତ୍ରୁଟି ଦେଖାଯାଇଥାଏ । ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ଗାଇବା ଠାରେ ସବ-ଷ୍ଟେସନ ନିର୍ମାଣ ପାଇଁ ଜାଗା ଅଧିକରଣ କରାଯାଇଛି । ଦୀର୍ଘ ବର୍ଷ ଧରି ଉକ୍ତ ଜାଗାଟି ସେମିତି ପଡ଼ି ରହିଥିବା ଯୋଗୁଁ ଗାଇବା ଠାରେ ସବ-ଷ୍ଟେସନ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ । ସେହିପରି ଗୁମ୍ମା ବ୍ଲକ ସଦର ମହକୁମା ହେଉଥିବା ଯୋଗୁଁ ଏଠାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଅଛି l ତେଣୁ ଗୁମ୍ମା ସଦର ମହକୁମାକୁ ସ୍ୱତନ୍ତ୍ର ଭାବେ ଏକ ଭିଡ଼ର ଯୋଗେଇ ଦେବା ପାଇଁ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଉପାଧକ୍ଷ ଶ୍ରୀନିବାସ ଯୋଗ ଦେଇଥିଲେ l