ଟିକାବାଲି ସରକାରୀ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ପ୍ରାପ୍ତ……..
ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୯୫୯ ମସିହାରେ ସ୍ଥାପିତ ହେଇଅଛ । ଏହି ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ପାଠ ପଢାରେ କୈାଣସି ଅସୁବିଧା ନଥିଲା । ସରକାରଙ୍କ ନିର୍ଦ୍ଦେଶନାରେ ବର୍ତ୍ତମାନ ହାଇସ୍କୁଲରେ ପ୍ରାୟୀମେରି ସ୍କୁଲର ଛାତ୍ରଛାତ୍ରୀମାନେ ମିସି ଥିବାରୁ ଏବେ ପ୍ରଥମରୁ ଦଶମ ପ୍ରୋର୍ଯ୍ୟନ୍ତ ୬୩୦ ଜଣ ଛାତ୍ରଛାତ୍ରୀଙ୍କୁ ୨୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ହେଲେ ଏତେ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଗୃହ ନଥିବାରୁ ହଷ୍ଟେଲ ଗୋଟାଏ କ୍ଲାସ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ବର୍ତମାନ ହାଇସ୍କୁଲରେ ୧୪ ମାସ ହେଲା ସ୍ଥାୟ ପ୍ରଧାନଶିକ୍ଷକ ନାହାନ୍ତି । ପ୍ରଧାନଶିକ୍ଷକ ରୁପେ ସହ ଶିକ୍ଷକ ଦାୟିତ୍ଵ ତୁଲାଉଛନ୍ତି ଦାମୋଦର ସାହୁ । ଆମେ ଏହି ବିଷୟରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲୁ । ସେ କହିଥିଲେ ଯେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟେଲ ଙ୍କୁ ଛାତ୍ରଛାତ୍ରୀ ପାଠପଢାରେ ଗୃହ ନଥିବାରୁ ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ । ସଂଗେ ସଂଗେ ଅଳ୍ପ ଦିନ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବରେ ଜାଣାଇ ଦିଆ ଯାଇଛି ବୋଲି ସୂଚନା ଦେଇଛନ୍ତି ଦାମୋଦର ସାହୁ । ବର୍ତମାନ ଆମେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣିଙ୍କୁ ଏହି ବିଷୟରେ ପଚାରି ବୁଝୁଥିଲୁ । ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଥିଲେ ଯେ ଆମ୍ଭେ ଦିର୍ଘ ଦିନ ହେବ ଏହି ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏବଂ ଜିଲ୍ଲାପାଳଙ୍କ ମଧ୍ୟ ଅଭିଯୋଗ କରିଅଛୁ l କିନ୍ତୁ କୈାଣସି ବ୍ୟବସ୍ଥା କରା ଯାଇନାହିଁ ବୋଲି କହିଥିଲେ । ବର୍ତମାନ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ଯେତିକି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି କିନ୍ତୁ ଜିଲ୍ଲାର ଟିକାବାଲି ହାଇସ୍କୁଲରେ ସର୍ବାଧିକ ୬୩୦ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି l । ହେଲେ ବିଜୁ ଜନାତା ଦଳର ସୁପ୍ରିମ ନବିନ ପଟ୍ଟନାୟକ ଦିର୍ଘ ୨୪ ବର୍ଷ ଶାସନରେ ଥାଇ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ୫ଟି ଯୋଜନା ନାମରେ ହଜାର ହାଜାର କୋଟି ଟଙ୍କାର ବୟ ବରାଦରେ ଖର୍ଚ୍ଚ କରିଛନ୍ତି । ପୁର୍ବତ୍ତନ ସରକାର କନ୍ଧମାଳ ଜିଲ୍ଲାରେ ୧୨ ବ୍ଲକରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ପାରୁ ପାରୁପର୍ଯ୍ୟନ୍ତ ଉଦ୍ୟମ ମଧ୍ୟ କରିଛନ୍ତି l ହେଲେ କିଛି ସ୍କୁଲରେ ବର୍ତ୍ତମାନ ସୁଦ୍ଧା ଗୃହ କି କ୍ଲାସ ରୁମ୍ ନଥିବାରୁ ପିଣ୍ଡା ବାରଣ୍ଡାରେ ପାଠପଢା ହେଉଥିବା ଦେଖିବାକୁ ମିଳୁଛି । ବର୍ତମାନ ଓଡ଼ିଶାରେ ନୂତନ ସରକାର ଦାୟିତ୍ଵ ନେଇଛନ୍ତି l ତେଣୁ କନ୍ଧମାଳ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବିଧା ଯୋଗାଇ ଦେବା ପାଇଁ ଟିକାବାଲି ଅଞ୍ଚଳବାସୀଙ୍କ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀ ନୂତନ ସରକାରଙ୍କ ଆନ୍ତରିକତାକୁ ଅପେକ୍ଷାରେ ଥିବା ଅଭିଭାବକ କହିଛନ୍ତି l