ବିବାଦୀୟ ମେଡିକାଲ ଇନଚାର୍ଜଙ୍କୁ ବଦଳି ଦାବି କଲେ ସରପଞ୍ଚ ସଂଘ….

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁନଃ ନିଯୁକ୍ତି ପାଇଥିବା ବିବାଦୀୟ ମେଡିକାଲ ଇନଚାର୍ଜ କିଶୋର ଚନ୍ଦ୍ର ବେହେରାଙ୍କୁ ବଦଳି ଦାବି କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ପୂର୍ବରୁ ଡାକ୍ତର କିଶୋର ଚନ୍ଦ୍ର ବେହେରା ଚନ୍ଦ୍ରଗିରି ମେଡିକାଲରେ ଭାରପ୍ରlପ୍ତ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିଲେ l ତେବେ ସେ ସେତେବେଳ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିଲେ l ରୋଗୀ ସେବାରେ ମଧ୍ୟ ଅବହେଳା କରୁଥିଲେ l ସେଥିପାଇଁ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ସଂଘ ପକ୍ଷରୁ ତୁରନ୍ତ ତାଙ୍କୁ ବଦଳି କରିବାକୁ ବହୁବାର ଦାବି କରିବା ପରେ ୨୦୨୩ ଫେବୃୟାରୀ ମାସରେ ତାଙ୍କର ମୋହନା ମେଡିକାଲକୁ ବଦଳି ହୋଇଥିଲା କିନ୍ତୁ ଉପରିସ୍ଥ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପୁଣି ଥରେ ଚନ୍ଦ୍ରଗିରି ମେଡିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ନିଯୁକ୍ତି ଦେଇଛି l ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି l ଜଣେ ବିବାଦୀୟ ଡାକ୍ତରଙ୍କୁ ପୁଣି ଥରେ କାହିଁକି ଚନ୍ଦ୍ରଗିରି ମେଡିକାଲରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଜନ ପ୍ରତିନିଧି ।