ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ବୃନ୍ଦାବତୀ ନଗର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମରଟି ରହିଛି l ନାଁ ରହିଛି ବ୍ୟାରିକେଡ଼ ନା ଅଛି ସୁରକ୍ଷା l ତ୍ରୀକୋଣୀୟ ଛକ ସାଙ୍ଗକୁ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ଯୋଗୁଁ ବିନା ସୁରକ୍ଷାବଳୟରେ ଥିବା ଏହି ଟ୍ରାନ୍ସଫର୍ମର କୌଣସି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ନପାରେ l ମୁଖ୍ୟତଃ ସକାଳ ସନ୍ଧ୍ୟା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ପାଠ ପଢିବା ପାଇଁ ସ୍କୁଲ ଏବଂ ଟ୍ୟୁସନକୁ ଯାଆସ କରନ୍ତି l ଏଥି ସହ ସନ୍ଧ୍ୟା 4 ପରେ ସ୍ଥାନୀୟ ପିଲା ଏହି ସ୍ଥାନରେ ସାଇକିଲିଂ ଓ ଖେଳକୁଦ କରନ୍ତି l ଇତିମଧ୍ୟରେ ରାସ୍ତା ଉପରେ ଟ୍ରାନ୍ସଫର୍ମର ରହଥିବା ବେଳେ ରାସ୍ତାଟିର ଓସାର କମ ଏବଂ ଏହି ରାସ୍ତା ବିଭିନ୍ନ ଲେନକୁ ସଂଯୋଗ କରୁଛି ଯାହାକି କାର, ଟ୍ରାକଟର ଓ ମୋଟୋସାଇକେଲ ଯାତ୍ରୀ ସୁରକ୍ଷିତ ନୁହନ୍ତି l ଏଣୁ ଉକ୍ତ ଟ୍ରାନ୍ସଫର୍ମରକୁ ତୁରନ୍ତ ବ୍ୟାରିକେଡ଼ ପ୍ରଦାନ ନଚେତ ସେହି ସ୍ଥାନରୁ ଟ୍ରାନ୍ସଫର୍ମର ହଟାଇ କୌଣସି ନିରାପଦ ସ୍ଥାନରେ ବସାଇବା ପାଇଁ ପ୍ରଶାସନ ଓ ଟାଟା ପାୱାରକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ହେଉଛି l