ମିଲ୍ଲେଟ୍ ମିଶନର ଅନନ୍ୟ ରୂପ- ମିଲ୍ଲେଟ୍ ଟିଫିନ୍ ସେଣ୍ଟର…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ପାରମ୍ପାରିକ ଖାଦ୍ୟ ଶସ୍ୟ ଉତ୍ପାଦନ ଓ ଦୈନନ୍ଦିନ ବ୍ୟବହାର ପାଇଁ ସରକାରୀ ସ୍ତରରେ ମିଲ୍ଲେଟ୍ ମିଶନ ଜାରୀ ରହିଛି । କୃଷି ବିଭାଗର ପ୍ରୋତ୍ସାହନରେ ମାଣ୍ଡିଆ, ଜହ୍ନା, କାଙ୍ଗୁ ପ୍ରଭୃତି ପୁଷ୍ଟିକର ତଥା ପାରମ୍ପାରିକ ଶସ୍ୟ ଉତ୍ପାଦନ ହୋଇ ସେଥିରୁ ମିଶନ ଶକ୍ତି ବିଭାଗ ଦ୍ବାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ପାଇଁ ବ୍ୟବସ୍ଥା ହେଉଛି । ସରକାରଙ୍କ ଏହି ଅଭିନବ ପ୍ରୟାସ କ୍ରମରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ବସଷ୍ଟାଣ୍ଡ ଠାରେ ଏକ ମିଲ୍ଲେଟ୍ ଟିଫିନ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଓ ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ରା.ଉଦୟଗିରିସ୍ଥ ସମୃଦ୍ଧି ମହିଳା ମହାସଂଘର ତତ୍ବାବଧାନରେ ଆରମ୍ଭ ହୋଇଥିବା ଏହି ଟିଫିନ୍ ସେଣ୍ଟର ଜରିଆରେ ଆଦିବାସୀ ବହୁଳ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପାରମ୍ପାରିକ ଖାଦ୍ୟ ଉପଭୋଗ କରାଇବା ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖାଯାଇଛି । ସେଥିଲାଗି  ତେବେ ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଏ.ରାମ ପ୍ରସାଦ ପାତ୍ର, ତହସିଲଦାର ଜ୍ୟୋତିର୍ମୟ ଦାଶ, ବିଡିଓ ଲରିମନ ଖର୍ସଲ, ସିଡିପିଓ ଲଳିତା ପୂଜାରୀ, ବ୍ଲକ୍ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ, ସହକାରୀ କୃଷି ଅଧିକାରୀ ଉଦୟେନ୍ଦୁ ବାରିକ, ବିପିସି ବସନ୍ତ ବଡମୁଣ୍ଡି ଓ ବି.ଏଲ୍.ଏଫ୍ ସଭାନେତ୍ରୀ ଅନୀତା ଦାସଙ୍କ ସମେତ ବିଏଲଏଫ୍ କର୍ମଚାରୀ, ମିଶନ ଶକ୍ତି ମହିଳା ଏବଂ ବହୁସଂଖ୍ୟାରେ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆଜିର ଏ କାର୍ଯ୍ୟକ୍ରମରେ ମାଣ୍ଡିରୁ ୩୦ ପ୍ରକାର ଜନାରୁ ୬ ପ୍ରକାର ଏବଂ କାଙ୍ଗୁ ରୁ ୨ ପ୍ରକାର ପ୍ରସ୍ତୁତୀ ଖାଦ୍ୟ ଅତିଥି, ବୁଦ୍ଧିଜିବୀ ଏବଂ ବସ ଷ୍ଟାଣ୍ଡର ଗାଡି ଚାଳକମାନଙ୍କୁ ବଣ୍ଟନ କରାଗଲା । ସୂଚନାଯୋଗ୍ୟ ଯେ କୃଷି ବିଭାଗ ପକ୍ଷରୁ ପ୍ରୟ ୧୦୦୦ ହେକ୍ଟର ଅଞ୍ଚଳରେ ପାରମ୍ପାରିକ ଖାଦ୍ୟଶସ୍ୟ ଉତ୍ପାଦନ ଲାଗି ପ୍ରୋତ୍ସାହନ ଦିଆଯାଉଥିବାବେଳେ ୨୦୧୭ରୁ ମିଲ୍ଲେଟ୍ ମିଶନ କାର୍ଯ୍ୟକ୍ରମ ଜାରି ରହିଛି ।