ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ଷଡ଼ଙ୍ଗୀପଲ୍ଲୀ ଗାଁ ନିକଟ ଭଞ୍ଜନଗର – ବ୍ରହ୍ମପୁର ଜାତୀୟ ରାଜପଥ ଉପରେ ଏକ ଚଳନ୍ତା କାରରେ ନିଆଁ ଲାଗିବା ଫଳରେ କାରଟି ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ ଚାରି ଜଣ ବସିଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାହାର କୌଣସି କିଛି କ୍ଷତି ହୋଇନାହିଁବ। କାରରେ ଡ୍ରାଇଭରକୁ ମିଶାଇ ମୋଟ ଚାରି ଜଣ ଯାତ୍ରୀ ରହିଥିଲେ । ଏସି ବୋର୍ଡ ପାଖରୁ ନିଆଁ ଲାଗିଥିବା ଡ୍ରାଇଭର ଦେଖିବା ପରେ ସଙ୍ଗେ ସଙ୍ଗେ ଗାଡି ଅଟକାଇ ଥିଲେବ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ସୁଦ୍ଧା କାରଟି ଆଖି ପିଛୁଳାକେ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଡ୍ରାଇଭର ଠାରୁ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ସମ୍ପୂର୍ଣ ଆୟତ୍ତ କରିଥିବା ଭଞ୍ଜନଗର ଅଗ୍ନିଶମ ଅଧିକାରୀ ସମୀର ବିଶ୍ୱାଳ ସୂଚନା ଦେଇଛନ୍ତି ।