କୋକସରା(ତ୍ରିଲୋକ୍ୟ ବେଶ୍ରା ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ମହାବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ସହଯୋଗରେ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ସ୍ୱତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଏନଏସଏସ ପରାମର୍ଶ ଦାତା ଅଧ୍ୟାପକ ଐରି ନାଶନ ଚିନ୍ଦାଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଥିଲେ l ପରିବେଶ ସୁରକ୍ଷା ହେଉଛି ମାନବ ସମାଜର ପ୍ରଥମ କର୍ତ୍ତବ୍ୟ, ପରିବେଶ ସୁରକ୍ଷିତ ରହିଲେ ମାନବ ଜାତିର ଆୟୁଷ ବଢିବ ଓ ମାନବ ସମ୍ବଳ ପାଇଁ ମଙ୍ଗଳ ହେବ ବୋଳି କହିଛନ୍ତି ମୁଖ୍ୟ ଅତିଥି । ପରେ ମହାବିଦ୍ୟାଳୟ ପରିସରରେ ଥିବା ପଡିଆରେ ଏନଏସଏସ, ଏନସିସିର ଛାତ୍ରଛାତ୍ରୀ ସମେତ ମହାବିଦ୍ୟାଳୟର ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପିକା ଶୁଭଶ୍ରୀ ସାହୁ, ବେଦମତି ବାରିକ, କ୍ରୀଡା ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ପୁଷ୍ପିତା ବିଶି ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।