ବାଇକ ଓ ବଳଦ ମୁହାଁମୁହିଁ ଧକ୍କା ,ଚାଳକ ଗୁରୁତର…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଡାକ୍ତରଖାନା ନିକଟରେ ବାଇକ ଓ ବଳଦ ମୁହାଁମୁହିଁ ଧକ୍କାହେବା ଫଳରେ ବଳଦ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜ ବାଣୁଆ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରିବା ସହ ଆମପାଣି ପୁଲିସକୁ ଖବର ଦେଇଥିଲେ l ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଇକ ଚାଳକ ଜଣଙ୍କ ଆମପାଣିରୁ ଘରକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ l ଉକ୍ତ ଚାଳକ ଜଣଙ୍କ ହେଲେ ଆମପାଣି ଗ୍ରାମ ପଞ୍ଚାୟତ ପାତ୍ରବସା ଗ୍ରାମର ଭୁବନେଶ୍ୱର ବାଗଙ୍କ ପୁଅ ରିଙ୍କୁ ବାଗ (୨୫)ବୋଲି ଜଣାଯାଇଛି l