କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ବୁଦ୍ଧଦେବ ମାଝୀ । ପ୍ରାପ୍ତବୟସରେ ପନିପରିବା ଚାଷ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ବେଶ୍ ଆରାମରେ ଚଳି ଯାଉଥିଲେ । ହଠାତ୍ ଏକ ଦୁର୍ଘଟଣା ତାଙ୍କ ରୋଜଗାର ଛଡାଇ ନେଇଥିଲା । ଗୋଡ଼ ଭାଙ୍ଗିଯିବା ଫଳରେ ସେ ଚିକିତ୍ସା ଓ ଅର୍ଥାଭାବରୁ ଏବେ ଶଯ୍ୟାଶାୟୀ । ୮୦ ବର୍ଷୀୟ ବୃଦ୍ଧ ବୁଦ୍ଧଦେବଙ୍କ ଏଭଳି ଅବସ୍ଥା ଦେଖି ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ବ୍ଲକ ପ୍ରଶାସନ ସହଯୋଗକ୍ରମେ ସ୍ଵାଧୀନତା ଦିବସରେ ଉପହାର ସ୍ୱରୂପ ଏକ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସରପଞ୍ଚ ସବୁ ସ୍ୱାଧୀନତା ଦିବସ ଓ ଅନ୍ୟାନ୍ୟ ଶୁଭ ଦିନ ମାନଙ୍କରେ କିଛି ନା କିଛି ସେବାକାର୍ଯ୍ୟ ଦ୍ୱାରା ସଚେତନତା ବାର୍ତ୍ତା ବାଣ୍ଟିଥାନ୍ତି । ଅନ୍ୟପଟେ ଟ୍ରାଇ ସାଇକଲ ପାଇ ବୁଦ୍ଧଦେବଙ୍କ ଖୁସି କହିଲେ ନ ସରେ । ପୁଣି ସେ ବୁଲି ପାରିବେ, କିଛି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏହି ମହତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ନର୍ତ୍ତକୀ ଦଣ୍ଡସେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ତଥା ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ବୁଦ୍ଧଦେବଙ୍କ ମଙ୍ଗଳ କାମନା କରିଥିଲେ ।