-ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର ନିରବ ପାପଡାହାଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏଵଂ ବ୍ଲକ ପ୍ରଶାସନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ପାପଡା଼ହଣ୍ଡି ବ୍ଲକ ନୁଆକୋଟ ପଞ୍ଚାୟତ ଅଧୀନ ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର । ଦିର୍ଘ ତିନିବର୍ଷର ତଳେ ତିଆରି ହୋଇ ପଡ଼ିରହିଛି ଅଙ୍ଗନବାଡ଼ି କେନ୍ଦ୍ର । ନୂତନ ଅଙ୍ଗନୱାଡ଼ି ଗୃହକୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ସରପଞ୍ଚ ଲଖୀ ମାଝୀଙ୍କୁ 3 ବର୍ଷ ହେବ ଅନୁରୋଧ କରାଯାଉ ଥିଲେ ମଧ୍ୟ ଏବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଉ ନାହାନ୍ତି ବୋଲି ମୁଦଲିଆଗୁଡ଼ା ଗ୍ରାମବାସୀଙ୍କର ଅଭିଯୋଗ । ନୂଆକଟ ଗ୍ରାମର ସମିତି ସଭ୍ୟ ଏହି ଅଙ୍ଗନବାଡି କେନ୍ଦ୍ରର ଠିକାଦାର ହୋଇଥିବାରୁ ତାଙ୍କ କବଜାରେ ଅଛି ଏହି କେନ୍ଦ୍ର। ପାପଡାହାଣ୍ଡି ସିଡିପିଓଙ୍କୁ ମଧ୍ୟ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା କହିଛନ୍ତି ଅଞ୍ଚଳ ବାସୀ l ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହୋଇ ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ପଢିରହିଛି l କିନ୍ତୁ ସ୍ଥାନୀୟ ବ୍ଲକ ପ୍ରଶାସନର ନଜ ପଡୁନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଯାହା ପାଇଁ ରସେୟାଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଯେଉଁ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ସେ ଘରର ମାଲିକ ବାରମ୍ବାର ଘର ଖାଲିକରିବାକୁ ଅନୁରୋଧ କରୁ ଥିଲେ ସୁଦ୍ଧା ପ୍ରଶାସନର ତତ୍ପରତା ଦେଖା ଦେଇ ନାହିଁ । ଘର ମାଲିକଙ୍କ ରହିବାକୁ ସମସ୍ୟା ହେବାରୁ ଘର ଖାଲି କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିବା ପରେ ମଧ୍ୟ ଘର ଖାଲି କାରାଯାଉନ ଥିବା ଅଭିଯୋଗ କରିଛନ୍ତି l ପ୍ରଶାସନର ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଯଦି ଘର ମାଲିକ ଘର ଚାବି ପକାଇ ଦିଏ ତାହା ହେଲେ କେଉଁ ଠାରେ ଅଙ୍ଗନବାଡି ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ନୂତନ ଅଙ୍ଗନବାଡି ଗୃହ କୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବୀ ହୋଇଛି l