ବିଜୁ ଏକ୍ସପ୍ରେସ ୱେରେ ବାଇକ ଦୁର୍ଘଟଣା, ସ୍ୱାମୀ ସ୍ତ୍ରୀ ଆହତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଛକ ନିକଟରେ ହାଇବା ଗାଡିକୁ ଓଭର ଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ବାଇକରୁ ପଡି ସ୍ୱାମୀ ଓ ସ୍ତ୍ରୀ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋକସରା ବ୍ଲକ ଡାଲଗୁମା ଗ୍ରାମର ପ୍ରମୋଦ ଚଣ୍ଡି(୩୮) ଓ ତାଙ୍କ ସ୍ତ୍ରୀ ବାଇକରେ ନିଜ ସମ୍ପର୍କୀୟଙ୍କ ଗ୍ରାମ ଶୋଷିଆ ଗ୍ରାମକୁ ଯାଉଥିବା ବେଳେ ମିର୍ଜାପୁର ନିକଟରେ ଦୁର୍ଘଟଣା ହୋଇଥିଲେ । ଦୁର୍ଘଟଣା ପରେ କିଛି ସ୍ଥାନୀୟ ଲୋକମାନେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁହେଁ ଆହତ ହୋଇଥିବା ଜଣାପଡିଛି।