ନୂଆପଡ଼ା(ବିରବଲ ପ୍ରଧାନ): ସ୍ୱାଧୀନତା ଦିବସ ଅବସରରେ ଜନସାଧାରଣଙ୍କ ସମ୍ମୁଖରେରେ ଆଶିଷ ଜ୍ୟୋତିଷ ଅକ୍ସିଜେନ ମେନ ରୂପରେ ପଦ୍ମପୁର ଵୋଢାସମ୍ୱର ପଡିଆ ଠାରେ ଅଭିନବ ଢ଼ଙ୍ଗରେ ପ୍ରୟାସ କରିବାର ଦେଖିବାକୁ ମିଲିଛି l ପ୍ରଦୂଷଣ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ଅଳ୍ପ କିଛି ଲୋକ ନିଜର କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକର କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଅଛନ୍ତି । ଏକ ପୁରୁଣା ପାଣିରେ ଜାରକୁ ବୋତଲ ଲାଗିଥିବା ଓ ଅକ୍ସିଜେନ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି, ଯାହା ଉଦ୍ଭିଦରେ ପରିପୂର୍ଣ୍ଣ ହୋଇପାରେ l ସେ ଭିତରେ ଗଛ ଟିଏ ଭର୍ତ୍ତି ହୋଇ ଥିଵା ଦେଖା ଯାଇଛି । ଅନେକ ଲୋକଙ୍କ ସାଥିରେ ଏବଂ ତାଙ୍କ ବେକରେ ଏକ ବୋର୍ଡ ଅଛି l ବୋର୍ଡରେ ଲେଖାଅଛି, “ଗଛ ଲଗାଅ ଗଛ ବଞ୍ଚାଅ ।” ବାୟୁ ପ୍ରଦୂଷଣର ଅବସ୍ଥା ଏବଂ ଅନ୍ୟାନ୍ୟ ପରିବେଶ ସମସ୍ୟା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଜ୍ୟୋତିଷ ଏହା କହିଛନ୍ତି । ଭବିଷ୍ୟତରେ ନୂଆପଡ଼ା ଜିଲ୍ଲାରେ କିଛି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବାର୍ତା ପହଞ୍ଚାଇବା ପାଇଁ ପ୍ରୟାସ କରୁଥିବା ମତ ପ୍ରକାଶ ପାଇଛି ।