ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରା ପାଲସିପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ…

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ ତଳବେଳ ଗାଁ ଗ୍ରାମ ପଞ୍ଚାୟତ ପରିସର ଭିତରେ ଥିବା ପାଲସି ପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୁଝାରୀ ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ ୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ∣ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ତହସିଲଦାର ଶୁଭସ୍ମିତା ମିଶ୍ର ପରିଚାଳନା କରିବା ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଓଡିଶା ପ୍ରତି ଓ କଳାହାଣ୍ଡି ପ୍ରତି ଥିବା ସେବା ମନବୃତିକୁ ପ୍ରକାଶ କରିଥିଲେ l ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଏକ ଦୁର୍ଗମ ଅଞ୍ଚଳକୁ ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କ ଗସ୍ତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଅଞ୍ଚଳ ବାସୀଙ୍କ ସୋଭାଗ୍ୟ ବୋଲି କହିଥିଲେ ∣ ଏହା ପରେ ମାନ୍ୟବର ମନ୍ତ୍ରୀ ନିଜ ଦାୟିତ୍ୱ ତୁଲାଇବା ସହିତ ସାଧାରଣ ଲୋକଙ୍କ ସେବା କରିବା ଆମ ଧର୍ମ ବୋଲି କହିଲେ l ଏହା ସହ ତାଙ୍କ ବାଲ୍ୟ କାଳରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବହାଦୁର ବଗିଚା ପଡାରେ ରହି ପାଠ ପଢା ପଢି ବିଷୟରେ କହିଥିଲେ ଏବଂ ନୂତନ ଯୋଗ୍ୟ ଜିଲ୍ଲାପାଳ, ଏସପି, ସାଂସଦ ଓ ତହସିଲଦାର ପାଇଥିବାରୁ ସୁନ୍ଦର କଳାହାଣ୍ଡି ଗଠନ କରିବା ସହିତ ସୁନ୍ଦର ଓଡିଶା ଗଠନ କରିବା ଦିଗରେ ରାଜସ୍ବ ବିଭାଗ ଦ୍ୱାରା ଯାହା ସମ୍ଭବ ହେବ ମୁଁ କରିବି ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ∣ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, କଳାହାଣ୍ଡି ସାଂସଦ ମାଳବିକା କେଶରୀ ସିଂହ ଦେଓ, ସ୍ଥାନୀୟ ସରପଞ୍ଚ, ରାଜସ୍ୱ ବିଭାଗର ସମସ୍ତ ଆର ଆଇ, ତହସିଲ କର୍ମଚାରୀ, ସ୍ଥାନୀୟ ଆଦିବାସୀ ପରିବାର,ଏସଡିପିଓ ହେମରମ, ସଦର ଥାନା ଅଧିକାରୀ ନରେଶ ପ୍ରଧାନ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ, ପୁଲିସ କର୍ମଚାରୀ, ପୂର୍ବତନ ବିଧାୟକ ଅନାମ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ସୁଧୀର ମୁଣ୍ଡ, ସ୍ଥାନୀୟ ୱାର୍ଡ ମେମ୍ବର ଓ ବହୁ ବିଜେପି କର୍ମକର୍ତ୍ତା ପ୍ରମୁଖ ଯୋଗ ଦେବା ସହିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଝରୀ ବୃକ୍ଷ ରୋପଣ କରିଥିଲେ ∣ ମନ୍ତ୍ରୀଙ୍କ ଗସ୍ତରେ ସ୍ଥାନୀୟ ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା ∣