ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜ଼ିଲ୍ଲା କର୍ମଜୀବି ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଖରିଆର ପଂଚାୟତ ସମିତି ଉପାଧ୍ଯକ୍ଷ ଶ୍ରୀ ଗୌତମ ତାଣ୍ଡି ପତକା ଉତ୍ତୋଳନ କରିଥିଲେ । ନୂଆପଡା କର୍ମଜୀବି ସାମ୍ବାଦିକ ସଙ୍ଘ ସଭାପତି ରୁଦ୍ରରାଜ ବାଗ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଗୋଇନ୍ଦା ବିଭାଗ ଉପ ଆରକ୍ଷୀ ଅଧିକ୍ଷକ ଯୋଗୀ ମେହେର, ସିଆରସିସି ବଲବିନ୍ଦର ସିଂ, ନୂଆପଡ଼ା ଡିସ୍ଟିକ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଂଘର ଖରିଆର ବ୍ଲକ ସଭାପତି ଓମ ପ୍ରକାଶ ଚୌଧୁରୀ ଓ କେଦାରନାଥ ଜଗତ ପ୍ରମୁଖ ଉପସ୍ଥିତ ରହିଥିଲେ l