ଗୋଲାମୁଣ୍ଡା ସାର୍କିଲ କ୍ରିକେଟ ଟିମ ପକ୍ଷରୁ 78ତମ ସ୍ୱାଧୀନତା ଦିବସ ପାଳନ….

ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): ସାରା ଭାରତ ବର୍ଷର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ଗଳି କନ୍ଦିରେ 78ତମ ସ୍ୱାଧୀନତା ଦିବସକୁ ଆଡମ୍ବର ଓ ସମ୍ମାନର ସହ ପାଳନ କରାଯାଉ ଥିବା ବେଳେ ଗୋଲାମୁଣ୍ଡା ସାର୍କିଲ କ୍ରିକେଟ ଟିମ ପକ୍ଷରୁ ଶିବାଜୀ ଷ୍ଟାଡିୟମରେ ଅତି ଆଡମ୍ବର ସହ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଟିମର ମୁଖ୍ୟ ସଚେତକ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ପତାକା ଉତ୍ତୋଳନ କରିଥିଲେ l ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛତ୍ରଛାତ୍ରୀ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମଟିକୁ ଦ୍ଵିଗୁଣିତ କରିଥିଲେ l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ସହ କ୍ରିକେଟ ଟିମର ଯୁବ ବର୍ଗଙ୍କୁ ଦେଶର ଗର୍ବ ଓ ଗୌରବ ରକ୍ଷା କରିବା ପାଇଁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସାର୍କିଲ ଟିମର କାହ୍ନା ମଙ୍ଗରାଜ, ଅକ୍ଷୟ ମଙ୍ଗରାଜ, ରାଜା ବିହାରୀ, ଚନ୍ଦନ ରାଉତ, ଅମିତ ରାଉତ, ଧନଞ୍ଜୟ ଦୀପ, ନାନୁ ସୁନାନୀ, ଧୀରୋଜ ଜାଲ, ଲବ ରାଉତ, ଉପେନ୍ଦ୍ର ମହାନନ୍ଦ ଏବଂ ଅଗ୍ନିସମ ବିଭାଗର କାର୍ଯ୍ୟକର୍ତା ରାକେଶ ଭାଇ ପ୍ରମୁଖ ଉପସ୍ଥିତି ଥିଲେ l