କୋକସରା(ତ୍ରିଲୋକ୍ୟ ବେଶ୍ରା): ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆନନ୍ଦ ଉଲ୍ଲାସର ସହିତ ଦେଶବ୍ୟାପୀ ସ୍ୱାଧୀନତା ଦିବସ ପାଳିତ ହୋଇଛି l ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ କୋକସରା ଧାନ ମଣ୍ଡି ପରିସରରେ ସାମ୍ବାଦିକ ସଙ୍ଘ ସଭାପତି ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହା ସହ ଦେଶର ଅଖଣ୍ଡତା, ଏକତା ଉପରେ ଆଲୋକପାତ କରିବା ସହ ବ୍ଲକ ସାମ୍ବାଦିକ ସଙ୍ଘ ମଧ୍ୟ ବ୍ଲକରେ ରହିଥିବା ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇବା ସହ ସମସ୍ୟାର ସମାଧାନ କରି ବ୍ଲକର ଉନ୍ନତି ଦିଗରେ ଖବର ପରିବେଷଣ କରିବାକୁ ମତ ପ୍ରକାଶ କରିଥିଲେ । ଏହି ଅବସରରେ ସଙ୍ଘର ଉପ ସଭାପତି ସନତ କୁମାର ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଶୀ, ତ୍ରିଲୋକ୍ୟ ବେଶ୍ରା, ଦିଗାମ୍ବର ନାଗ,ରାଧାକାନ୍ତ ହଂସ, କାମେଶ ନାଗ, ରଞ୍ଜନ କୁମାର ସାହୁ, ସନ୍ତୋଷ କୁମାର ନାଏକ, ତ୍ରିନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଘର ସାଧାରଣ ସମ୍ପାଦକ ସୁଧାରାମ ସରାଫ, କୋଷାଧ୍ୟକ୍ଷ ବିନୋଦ ପଟେଲ, ସହ ସମ୍ପାଦକ ସୁରେଶ ସାହୁ, ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ତାପସ ରାୟ, କିଶନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହି ଥିବାରୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସଙ୍ଘର କାର୍ଯ୍ୟକ୍ରମରେ ଜଡିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।