ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅବକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ନିର୍ଦ୍ଧାରଣ…
ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାୟକ, ଉପାଧ୍ୟକ୍ଷା ପଞ୍ଚମୀ ଦୀପ, ସାଂସଦ ପ୍ରତିନିଧି ଜୟନ୍ତ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୨୮ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ପାନୀୟ ଜଳ, ଶିକ୍ଷା, ବିଜୁଳି, ସମ୍ମନିତ ଶିଶୁ ବିକାଶ ଯୋଜନା, ଉନ୍ନତି ମୂଳକ, ମନରେଗା, ବନ ବିଭାଗ, ଯୋଗାଣ ବିଭାଗ, ଆଇନ ଶୃଙ୍ଖଳା, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ, ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଏହି ସମୟରେ ଗ୍ରାମମାନଙ୍କରେ ଥିବା ସମସ୍ୟା ସବୁକୁ କିପରି ଶିଘ୍ର ସମାଧାନ କରାଯିବ ଏନେଇ ଉପସ୍ଥିତ ଥିବା ସମସ୍ତ ବିଭାଗର କର୍ମଚାୀମାନଙ୍କୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ଵିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ଆଲୋଚନା ସଫଳ ଭାବରେ ହୋଇ ପାରି ନ ଥିବାରୁ ସର୍ବ ସମ୍ମତି କ୍ରମେ ଅଧିକାରୀଙ୍କ ଦରମା ବନ୍ଦ କରିବା ପାଇଁ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଓ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଧାରଣ କରି ପଠେଇବାକୁ ରେଜୁଲେଶନ୍ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଲବଣି ନାଏକ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରମିତ ପ୍ରଧାନ, ମନରେଗା ସହାୟକ କ୍ଷେତ୍ର ମୋହନ ମାଝୀ, ଯଶୋବନ୍ତି ନାଏକ, ବିପିଏମ ସୁଧାଂଶୁ ବିଶ୍ୱାଳ, ବନ ବିଭାଗ ର ରେଞ୍ଜ ଅଧିକାରୀ, ଗୋଲାମୁଣ୍ଡା ଥାନା ଏସ ଆଇ ରାଜେଶ ପରିଡାଙ୍କ ସମେତ ପ୍ରାୟ ପଦାଧିକାରୀଙ୍କ ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।