ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ୭୮ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି କାର୍ଯ୍ୟ କ୍ରମ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କଙ୍କ ତତ୍ତ୍ୱାବଧାନରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଓ ତହସିଲଦାର ଚନ୍ଦନ କୁମାର ନାୟକ, ଗୋଲାମୁଣ୍ଡା ସରପଞ୍ଚ ସବିର ରାଉତ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ମହାଳିଙ୍ଗ ସମତିସଭ୍ୟ କିରଣ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଭାଜପାର ଶତାଧିକକର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି ଗୋଲାମୁଣ୍ଡା ଗାଁ ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ସିଂହ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା, ସାଧାରଣ ସମ୍ପାଦକ ବୈଶାଖୁ କେତକୀ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସମୀର ସାହୁ, କେଗାଁ ଯୁବ ମୋର୍ଚ୍ଚା ସଭାପତି ଜୟକୃଷ୍ଣ ସାହୁ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ପ୍ରସନ୍ନ ରାଉତ, ଦୁଃଖିଶ୍ୟାମ ପୁଟେଲ, ନରେନ୍ଦ୍ର ସରାଫ, ଭଜରାମ ସାହୁ, ଯୁବରାଜ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।